ସୁଭଦ୍ରା ପ୍ରଥମ କିସ୍ତି ପରେ ଦ୍ୱନ୍ଦ୍ୱରେ ବାକି ଆବେଦନକାରୀ; କାହାକୁ କେବେ ମିଳିବ, ଅପେକ୍ଷାରେ ଲକ୍ଷ ଲକ୍ଷ ହିତାଧିକାରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଛି ଟଙ୍କା । ଆବେଦନକାରୀଙ୍କ ମଧ୍ୟରୁ ୨୫ଲକ୍ଷ ହିତାଧିକାରୀଙ୍କ ଖାତାକୁ ପ୍ରଥମ କିସ୍ତି ଆକାରରେ ଯାଇଛି ପାଞ୍ଚ ହଜାର ଟଙ୍କା । ତେବେ ବହୁ ଆବେଦନକାରୀଙ୍କ ଖାତାକୁ ଟଙ୍କା ଆସିନଥିବାରୁ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି ।

Subhadra Yojana m

କନକ ବ୍ୟୁରୋ: ସୁଭଦ୍ରା ଯୋଜନାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବା ପରେ ରାଜ୍ୟର ୨୫ଲକ୍ଷ ୧୧ଜଣଙ୍କ ଖାତାକୁ ୧୨୫୦ କୋଟି ୫୫ ହଜାର ଟଙ୍କା ଯାଇଛି । କିନ୍ତୁ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଏପର୍ଯ୍ୟନ୍ତ ୭୪ଲକ୍ଷ ଆବେଦନ କରିଛନ୍ତି । ଅର୍ଥାତ ଏଯାଏଁ ୪୭ ଲକ୍ଷ ଆବେଦନକାରୀ ସୁଭଦ୍ରା ଟଙ୍କା ଅପେକ୍ଷାରେ ଅଛନ୍ତି । ପ୍ରଥମ ଦିନରେ ସେମାନଙ୍କ ଖାତାକୁ ଟଙ୍କା ଆସିନଥିବାରୁ ମିଳିବ କି ନାହିଁ ସେନେଇ ଦ୍ୱନ୍ଦ୍ୱରେ ରହିଛନ୍ତି।

ତେବେ କୌଣସି ଆବେଦନକାରୀ ଦ୍ୱନ୍ଦ୍ୱରେ ନରହିବା ପାଇଁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସମସ୍ତ ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସରକାରଙ୍କ ସୂଚନା ଅନୁସାରେ..

  • ପର୍ଯ୍ୟାୟକ୍ରମେ ସୁଭଦ୍ରା ଯୋଜନାର ଟଙ୍କା ମିଳିବ
  • ମାର୍ଚ୍ଚ ୮ ପର୍ୟ୍ୟନ୍ତ ମହିଳାଙ୍କ ପାଖରେ ପହଁଚିବ ପ୍ରଥମ କିସ୍ତି
  • ସବୁ ଯୋଗ୍ୟ ଆବେଦନକାରୀ ପାଇବେ ଟଙ୍କା
  • ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ଟପିପାରେ

ଅନ୍ୟପଟେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ ପ୍ରିକ୍ରିୟା ମଧ୍ୟ ଜାରି ରହିବ । ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟର ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe