କନକ ବ୍ୟୁରୋ: ସୁଭଦ୍ରା ଯୋଜନାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବା ପରେ ରାଜ୍ୟର ୨୫ଲକ୍ଷ ୧୧ଜଣଙ୍କ ଖାତାକୁ ୧୨୫୦ କୋଟି ୫୫ ହଜାର ଟଙ୍କା ଯାଇଛି । କିନ୍ତୁ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଏପର୍ଯ୍ୟନ୍ତ ୭୪ଲକ୍ଷ ଆବେଦନ କରିଛନ୍ତି । ଅର୍ଥାତ ଏଯାଏଁ ୪୭ ଲକ୍ଷ ଆବେଦନକାରୀ ସୁଭଦ୍ରା ଟଙ୍କା ଅପେକ୍ଷାରେ ଅଛନ୍ତି । ପ୍ରଥମ ଦିନରେ ସେମାନଙ୍କ ଖାତାକୁ ଟଙ୍କା ଆସିନଥିବାରୁ ମିଳିବ କି ନାହିଁ ସେନେଇ ଦ୍ୱନ୍ଦ୍ୱରେ ରହିଛନ୍ତି।
ତେବେ କୌଣସି ଆବେଦନକାରୀ ଦ୍ୱନ୍ଦ୍ୱରେ ନରହିବା ପାଇଁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସମସ୍ତ ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ସରକାରଙ୍କ ସୂଚନା ଅନୁସାରେ..
- ପର୍ଯ୍ୟାୟକ୍ରମେ ସୁଭଦ୍ରା ଯୋଜନାର ଟଙ୍କା ମିଳିବ
- ମାର୍ଚ୍ଚ ୮ ପର୍ୟ୍ୟନ୍ତ ମହିଳାଙ୍କ ପାଖରେ ପହଁଚିବ ପ୍ରଥମ କିସ୍ତି
- ସବୁ ଯୋଗ୍ୟ ଆବେଦନକାରୀ ପାଇବେ ଟଙ୍କା
- ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ଟପିପାରେ
ଅନ୍ୟପଟେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ ପ୍ରିକ୍ରିୟା ମଧ୍ୟ ଜାରି ରହିବ । ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟର ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/PC7p5c95UPVag5syqJ8J.jpg)