କନକ ବ୍ୟୁରୋ: ଆସି ଯାଇଛି ସୁଭଦ୍ରା ଯୋଜନାର ଗାଇଡଲାଇନ । ତେବେ ଗାଇଡଲାଇନ ଅନୁସାରେ ଆପଣଙ୍କ ଆଧାର ନମ୍ବର ସହ ଫୋନ ନମ୍ବର ଲିଙ୍କ ରହିଥିବା ଦରକାର । ଏହାସହ ଆଧାରକାର୍ଡରେ ଆପଣଙ୍କ ଜନ୍ମ ତାରିଖ ରହିଥିବା ଦରକାର । ବହୁତ ଲୋକ ଅଛନ୍ତି ଯେଉଁମାନେ ଆଧାର ସହ ଫୋନ ନମ୍ବର ଲିଙ୍କ କରିନାହାନ୍ତି । କିମ୍ବା ସେମାନେ ଜନ୍ମ ତାରିଖ କିମ୍ବା ମାସ ନଦେଇ କେବଳ ମସିହା ଦେଇଥାନ୍ତି । ତେବେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ସମସ୍ୟା ହୋଇପାରେ । ତେଣୁ ସେମାନେ ତୁରନ୍ତ ନିକଟସ୍ଥ ଆଧାର କେନ୍ଦ୍ରକୁ ଯାଇ ନିଜ ଫୋନ ନମ୍ବର ଲିଙ୍କ କରିବା ସହ ଜନ୍ମ ତାରିଖ ଓ ମାସ ଅପଡେଟ କରାଇ ନିଅନ୍ତୁ । 

ସୁଭଦ୍ରା ଯୋଜନା ନେଇ ଆସିଯାଇଛି ଗାଇଡ୍ ଲାଇନ୍ । ୧୮ ପୃଷ୍ଠାର ନିୟମାବଳୀ ଜାଣି କରିଛନ୍ତି ରାଜ୍ୟ ସରକାର । ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର କାର୍ଡ । ଯୋଜନାର ଲାଭ ପାଇବା ପାଇଁ ହେଲେ ହିତାଧିକାରୀ ଓଡ଼ିଶା ର ହୋଇଥିବା ଆବଶ୍ୟକ । ଏଥିସହ ସେମାନଙ୍କ ଆଧାରକାର୍ଡ ରହିବା ବାଧ୍ୟତାମୂଳକ । ଆଧାର କାର୍ଡ ମୋବାଲ ନମ୍ବର ସହ ଲିଙ୍କ ହେବା ମଧ୍ୟ ବାଧ୍ୟତାମୂଳକ । ଆବେଦନକାରୀଙ୍କ ବୟସ ୨୧ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ନେଇ ଗାଇଡଲାଇନରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ।