କନକବ୍ୟୁରୋ : ଆସନ୍ତା ୯ ତାରିଖରେ ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ୟ୍ୟାୟ ଟଙ୍କା। ବାରିପଦାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇବେ ଟଙ୍କା। ତେବେ ଆଜି ହିତାଧିକାରୀ ମାନଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ୧ ଟଙ୍କା ଲେଖାଏଁ ଆସିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏହି ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ, ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବ।
ଏହି ପର୍ଯ୍ୟାୟରେ ୪୦ ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ। ଏ ପର୍ଯ୍ୟନ୍ତ ପାଖାପାଖି ୧ କୋଟି ଲୋକ ଆବେଦନ କରିସାରିଲେଣି। ସୁଭଦ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୧୧ ହଜାର ମହିଳା ଟଙ୍କା ପାଇଥିଲେ। ବଳକା ଆବେଦନକାରୀଙ୍କୁ ଦ୍ବିତୀୟ ପର୍ୟ୍ୟାୟରେ ମିଳିବ ଟଙ୍କା। ୪୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ନାଁ ନଥିଲେ ବି ବ୍ୟସ୍ତ ନହେବାକୁ ଆହ୍ବାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।
Follow Us