କନକ ବ୍ୟୁରୋ: ସୁଭଦ୍ରା ସମୀକ୍ଷା ପରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା । ତୃତୀୟ ପର୍ୟ୍ୟାୟରୁ ବଞ୍ଚିତ ହୋଇଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ହେବ ଡୋର୍ ଟୁ ଡୋର୍ ସର୍ଭେ । ୧୫ ଦିନ ଭିତରେ ଫିଲ୍ଡ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ । ଏହାସହ ଦୁଇ ଦିନ ଭିତରେ ଖୋଲିବ ଅଭିଯୋଗ ପୋର୍ଟାଲ । ବାଦ ପଡ଼ିଥିବା ହିତାଧିକାରୀମାନେ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରିପାରିବେ । ଏହାସହ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ମୃତ କି ଜୀବିତ ବୋଲି ଧରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା । ଅନ୍ୟପଟେ ୧୫ ହଜାର ୯୮୪ ହିତାଧିକାରୀ ମୃତ ହିତାଧିକାରୀ ବାଦ୍ ପଡ଼ିଥିବା ବେଳେ ୧୮୦୫ ଜଣ ଜୀବିତ ଅଛନ୍ତି । ସେମାନଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯିବ । ତେବେ ୩୬ ହଜାର ୭୦୨ ହିତାଧିକାରୀ ଗାଡି କିଣିଥିବା ଯୋଗୁଁ ବାଦ ପଡିଛନ୍ତି । ୨୧ ହଜାର ୩୫ ହିତାଧିକାରୀ ଆୟକର ଦେଉଥିବାରୁ ବାଦ ପଡ଼ିଥିବା ବେଳେ ୧ ଲକ୍ଷ ୩୩ ହଜାର ୬୯୧ ଧାନ ବିକ୍ରି ପଞ୍ଜିକରଣ ଏବଂ କୃଷକ ଭାବେ ପଞ୍ଜିକରଣ କରି ବାଦ ପଡିଛନ୍ତି ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ସୁଭଦ୍ରାକୁ ନେଇ ଉପ-ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା; ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କର ହେବ ଡୋର୍ ଟୁ ଡୋର୍ ସର୍ଭେ
ସୁଭଦ୍ରା ସମୀକ୍ଷା ପରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା । ତୃତୀୟ ପର୍ୟ୍ୟାୟରୁ ବଞ୍ଚିତ ହୋଇଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ହେବ ଡୋର୍ ଟୁ ଡୋର୍ ସର୍ଭେ । ୧୫ ଦିନ ଭିତରେ ଫିଲ୍ଡ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ । ଏହାସହ ଦୁଇ ଦିନ ଭିତରେ ଖୋଲିବ ଅଭିଯୋଗ ପୋର୍ଟାଲ । ବାଦ ପଡ଼ିଥିବା ହିତାଧିକାରୀମାନେ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରିପାରିବେ ।
/kanak/media/media_files/2025/09/10/pravati-parida-2025-09-10-15-30-11.jpg)