ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହେଲା ପଞ୍ଜିକରଣ । ଘର ଘର ବୁଲି ଫର୍ମ ବାଣ୍ଟିଲେ ଅଙ୍ଗନବାଡୀ କର୍ମୀ

Advertisment

ତେବେ ସେପ୍ଟେମ୍ବର ୧୭ ତାରିଖ ପରେ ଅନଲାଇନ୍ ଆବେଦନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଅନଲାଇନ ଫର୍ମ ସବମିଟ୍ ହୋଇଗଲେ ଆବେଦନକାରୀଙ୍କ ମୋବାଇଲକୁ ମେସେଜ ଆସିଯିବ। ଏହାପୂର୍ବରୁ ଫର୍ମ ଫିଲଅପ ସଂପର୍କରେ କର୍ମଚାରୀ ଜାଣିବା ଦରକାର।

ତେବେ ସେପ୍ଟେମ୍ବର ୧୭ ତାରିଖ ପରେ ଅନଲାଇନ୍ ଆବେଦନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଅନଲାଇନ ଫର୍ମ ସବମିଟ୍ ହୋଇଗଲେ ଆବେଦନକାରୀଙ୍କ ମୋବାଇଲକୁ ମେସେଜ ଆସିଯିବ। ଏହାପୂର୍ବରୁ ଫର୍ମ ଫିଲଅପ ସଂପର୍କରେ କର୍ମଚାରୀ ଜାଣିବା ଦରକାର।

6

କନକ ବ୍ୟୁରୋ : ସରକାରଙ୍କଠାରୁ ସୁଭଦ୍ରା ଟଙ୍କା ପାଇବାକୁ ଅନାଇ ବସିଛନ୍ତି ଆବେଦନକାରୀ। ହେଲେ କେଉଁଠୁ ପାଇବେ ଆବେଦନପତ୍ର ଓ କେମିତି କରିବେ ଆବେଦନ ତାକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। କାରଣ ଏବେ ଅଫଲାଇନ୍ରେ ଆବେଦନ ହେଉଥିବା ବେଳେ ୧୭ ତାରିଖରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହେଉଛି। ମିଳିଥିବା ସୂଚନା ଅନୁସାରେ- 
ପଞ୍ଜିକରଣ କରିବେ କେମିତି? 

ଗ୍ରାମାଞ୍ଚଳରେ କମ୍ୟୁନିଟି ସେଣ୍ଟର, ଅଙ୍ଗନବାଡ଼ି ଓ ଜନସେବା କେନ୍ଦ୍ରରେ ଫର୍ମ ମିଳିବ
ସହରାଞ୍ଚଳରେ ୱାର୍ଡର ନୋଡାଲ ଅଫିସରମାନେ ଫର୍ମ ରିସିଭ କରିବେ
ଫର୍ମ ନେବାବେଳେ ଆଧାର କାର୍ଡରେ ଜନ୍ମ ତାରିଖ ଓ ମାସ ରହିବା ଜରୁରୀ
ମହିଳାମାନେ ନିଜେ ଆସି ଫର୍ମ ନେବାକୁ ପଡ଼ିବ, ମହିଳାଙ୍କ ପାଇଁ ପୁରୁଷ ନେଇପରିବେ ନାହିଁ

ଅନ୍ଲାଇନ୍ରେ ଫର୍ମ ଦାଖଲ ପାଇଁ ନିୟମ ରହିଥିବାରୁ ଏବେ କେବଳ ଆବେଦନକାରୀଙ୍କୁ ଫର୍ମ ବଣ୍ଟନ କରାଯାଉଛି। ତେବେ ସେପ୍ଟେମ୍ବର ୧୭ ତାରିଖ ପରେ ଅନଲାଇନ୍ ଆବେଦନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଅନଲାଇନ ଫର୍ମ ସବମିଟ୍ ହୋଇଗଲେ ଆବେଦନକାରୀଙ୍କ ମୋବାଇଲକୁ ମେସେଜ ଆସିଯିବ। ଏହାପୂର୍ବରୁ ଫର୍ମ ଫିଲଅପ ସଂପର୍କରେ କର୍ମଚାରୀ ଜାଣିବା ଦରକାର। ତେଣୁ ଭୁବନେଶ୍ୱରରେ ଆଜି ବିଏମସି ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି। ପ୍ରଶିକ୍ଷଣ ଶିବିରରେ ଅଙ୍ଗନବାଡି କର୍ମୀ, ୱାର୍ଡ ଅଫିସର, ଆଶା କର୍ମୀ, ସିଏଚ୍ସି ସଦସ୍ୟମାନଙ୍କୁ ଟ୍ରେନିଂ ଦିଆଯାଇଛି। କିପରି ଫର୍ମ ବାଣ୍ଟିବେ, ଫିଲ୍ ଅପ କରିବେ। ଫିଲଅପ ପରେ କେମିତି ଅନଲାଇନରେ ଅପଲୋଡ କରିବେ ଆଦି ସମ୍ପର୍କରେ ଦିଆଯାଇଛି ସୂଚନା। ଏପଟେ କିନ୍ନରମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବାକୁ ଦାବି ଉଠିଛି। 

ସୁଭଦ୍ରା ଯୋଜନାରେ ପ୍ରାୟ ୧ କୋଟି ୮ଲକ୍ଷ ମହିଳାଙ୍କୁ ଆଗାମୀ ୫ ବର୍ଷରେ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ ମୋହନ ସରକାର। ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏଁ ୧୦ ହଜାର ଟଙ୍କା ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ସେପ୍ଟେମ୍ୱର ୧୭ ତାରିଖରୁ ଏହି ଯୋଜନାର ଶୁଭାରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe