କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ରାଜ୍ୟରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ଲକ୍ଷ୍ୟ ଥିଲା ଓଡ଼ିଶାର ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା । ଦେଶର ଏକ ପ୍ରମୁଖ କଲ୍ୟାଣକାରୀ ଯୋଜନା ‘ସୁଭଦ୍ରା’ ଦ୍ବାରା ସଫଳ ହୋଇଛି ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ବିକାଶର ସଂକଳ୍ପ । ସୁଭଦ୍ରା ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇଛନ୍ତି ଓଡ଼ିଆ ମହିଳା । ଏବେ ଯାଏଁ ତିନିଟି କିସ୍ତିରେ ପ୍ରଦାନ କରାଯାଇଛି ସୁଭଦ୍ରା ଟଙ୍କା । ଏହି ଟଙ୍କା ନେଇ ମହିଳାମାନେ ଆରମ୍ଭ କରିଛନ୍ତି ବ୍ୟବସାୟ । ହେଲେ ରାଜ୍ୟର ସବୁ ମହିଳାଙ୍କ ନିକଟରେ ପହଞ୍ଚିପାରିନି ସୁଭଦ୍ରା । କିଛି ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିଥିବା ବେଳେ ଆଉ କିଛି ଯୋଗ୍ୟ ଏବେ ବି ଅପେକ୍ଷାରେ । ଆବଶ୍ୟକ କାଗଜପତ୍ର ଅଭାବରୁ କିଛି ମହିଳା ଟଙ୍କା ପାଇବାରୁ ବଞ୍ଚିତ। ସୁଭଦ୍ରାର ବର୍ଷ ପୂର୍ତ୍ତି ପାଇଁ ଆୟୋଜିତ ହୋଇଛି ‘ଧନ୍ୟବାନ ମୋଦୀ’। ରାଜ୍ୟର ୩୩୮ ସିଡିପିଓ ୟୁନିଟ୍ରେ ‘ଧନ୍ୟବାଦ ମୋଦୀ’ କାର୍ଯ୍ୟକ୍ରମ କରାଯାଇଛି ।
ସୁଭଦ୍ରା ଯୋଜନାକୁ ବର୍ଷେ : ଲାଭବାନ ୧ କୋଟିରୁ ଅଧିକ ମହିଳା
ଦେଶର ଏକ ପ୍ରମୁଖ କଲ୍ୟାଣକାରୀ ଯୋଜନା ‘ସୁଭଦ୍ରା’ ଦ୍ବାରା ସଫଳ ହୋଇଛି ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ବିକାଶର ସଂକଳ୍ପ । ସୁଭଦ୍ରା ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇଛନ୍ତି ଓଡ଼ିଆ ମହିଳା ।
/kanak/media/media_files/2025/09/17/subhadra-2025-09-17-20-46-01.jpg)