କନକ ବ୍ୟୁରୋ : ସୁଭଦ୍ରା ଟଙ୍କାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ଘୋଷଣା । କହିଲେ , ଏହି ମାସରେ ଯାହାକୁ ୨୧ ବର୍ଷ ହୋଇଥିବ ସେମାନଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା ।
ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ୧ କୋଟିଏ ୬ ଲକ୍ଷ ଆବେଦନ କରିଛନ୍ତି । ସେଥିରୁ ୨ ଲକ୍ଷ ୬୭ ଆବେଦନ ମଧ୍ୟରୁ ୨୨ ପ୍ରତିଶତ ଆବେଦନର ରିଭ୍ୟୁ ହୋଇଯାଇଛି । ବାକି ଆହୁରି ରିଭ୍ୟୁ ହେଉଛି । ବାକି ଯେଉଁମାନେ ନୂଆ ହିତାଧିକାରୀ ଅର୍ଥ ଯାହାକୁ ଏହି ମାସରେ ୨୧ ବର୍ଷ ହେଲା ସେମାନେ ମଧ୍ୟ ପାଇବେ ଏହି ଟଙ୍କା ।
ଯେଉଁ ଅଞ୍ଚଳରେ କୌଣସି ଟେକ୍ନିକାଲ ସମସ୍ୟା ଯୋଗୁଁ କମ୍ ରେଜିଷ୍ଟ୍ରେସନ୍ ହୋଇଛି ସେସବୁ ସ୍ଥାନକୁ ଅଧିକୁ ଗୁରୁତ୍ୱ ଦେଉଛି ବିଭାଗ । ନିକଟରେ ମାଲକାନଗିରିର ଦୁଇଟି ବ୍ଲକର ରିପୋର୍ଟ ଆସିଥିଲା । ସେଠାରେ କାଲିଠୁ ସିଡିପିଓଙ୍କ ଦାୟିତ୍ୱରେ ରିଭ୍ୟୁ ଟିମ୍ ପହଞ୍ଚିଛନ୍ତି । ଭେରିଫିକେସନ୍ ଚାଲିଛି । ୧୫ ଦିନ ଭିତରେ ପ୍ରାୟ ଭେରିଫିକେସନ୍ ହୋଇଯିବ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ଚତୁର୍ଥ ପର୍ଯ୍ୟାୟରେ ସାମିଲ କରାଯିବ ବୋଲି କହିଛନ୍ତି ପ୍ରଭାତି ପରିଡା ।