କନକ ବ୍ୟୁରୋ : ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନାକୁ ଲଞ୍ଚ କରିୱାକୁ ରାଜ୍ୟ ସରକାର ଦିନରାତି ଏକାକାର କରିଦେଇଛନ୍ତି ।  ସରକାରୀ ସ୍ତରରେ ଯୋଜନାକୁ ପ୍ରଚାର ପ୍ରସାର କରିବା ପାଇଁ ସମସ୍ତ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ।

Advertisment
  • ବିଭାଗୀୟ ଅଫିସରେ ଏଲଇଡି ସ୍କ୍ରିନରେ ସୁଭଦ୍ରା ପ୍ରମୋସନାଲ୍ ଭିଡିଓ ପ୍ରଦର୍ଶନ କରାଯିବ 
    - ଅଫିସିଆଲ୍ ସୁଭଦ୍ରା ଲୋଗୋ ଏବଂ ଟ୍ୟାଗଲାଇନକୁ ବିଭାଗର ଚିଠି, ଇମେଲରେ ବ୍ୟବହାର କରାଯିବ
    - ସମସ୍ତ ବିଭାଗୀୟ ୱେବସାଇଟ୍, ପୋର୍ଟାଲ ଏବଂ ମୋବାଇଲ ଆପ୍ଲିକେସନରେ ସୁଭଦ୍ରା ୱେବପୃଷ୍ଠାର ଲିଙ୍କ୍ ପ୍ରଦର୍ଶନ କରିବାକୁ ବ୍ୟବସ୍ଥା 
    - ସୁଭଦ୍ରା ଲୋଗୋ ଓ ପ୍ରମୋସନାଲ୍ ଭିଡିଓ ଉଭୟ ବିଭାଗୀୟ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ରହିବ
    - ବିଭାଗର ସମସ୍ତ ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲଗୁଡିକ ମଧ୍ୟ ପ୍ରୋଫାଇଲ ପିକ୍ଚରରେ ସୁଭଦ୍ରା ଲୋଗୋ ରଖିବେ ଓ ଭିଡିଓ ପୋଷ୍ଟ କରିବେ
    -  ସେପ୍ଟେମ୍ବର ୨୦୨୪ ରେ ମେଗା ଲଞ୍ଚ ସମାରୋହକୁ ସର୍ବସାଧାରଣ ଦେଖିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ହେବ

ସୁଭଦ୍ରାକୁ ନେଇ ହିତାଧିକାରୀ ଯେତିକି ବ୍ୟସ୍ତ ଅଛନ୍ତି ସରକାର ବି ସେତିକି ତତ୍ପର ଅଛନ୍ତି । ସୁଭଦ୍ରା ଯୋଜନାକୁ ବ୍ରାଣ୍ଡ କରିବାକୁ ଅଂଟା ଭିଡିଛନ୍ତି ମୋହନ ସରକାର । ସୁଭଦ୍ରାକୁ ଆଗରେ ରଖି ବିଜେଡିର ଭୋଟବ୍ୟାଙ୍କ ଭାଙ୍ଗିବା ସହ ନିର୍ବାଚନ ଜିତିବାକୁ ଦୀର୍ଘକାଳୀନ ରଣନୀତି କରିଛି ବିଜେପି ।

କେବଳ ସରକାରୀ ସ୍ତରରେ ନୁହେଁ ଦଳୀୟ ସ୍ତରରେ ବି ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର କରିବାକୁ ବିଧାୟକ, ଦଳୀୟ ନେତା ଓ କର୍ମୀଙ୍କୁ ଟାସ୍କ ଦିଆଯାଇଛି ।