ମାର୍ଚ୍ଚ ୮ରେ ସୁଭଦ୍ରା ଦ୍ୱିତୀୟ କିସ୍ତି: କୋଟିଏରୁ ଅଧିକ ମହିଳା ପାଇବେ ଟଙ୍କା

Advertisment

ସୁଭଦ୍ରା ଯୋଜନାରେ ରାଜ୍ୟର ମହିଳାଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବାକୁ ଯାଉଛି । ଏହି ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ଏଥର ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ।

ସୁଭଦ୍ରା ଯୋଜନାରେ ରାଜ୍ୟର ମହିଳାଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବାକୁ ଯାଉଛି । ଏହି ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ଏଥର ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ।

kkkkwq

Photograph: (kanak news)

କନକ ବ୍ୟୁରୋ: ସୁଭଦ୍ରା ଯୋଜନାରେ ରାଜ୍ୟର ମହିଳାଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବାକୁ ଯାଉଛି । ଏହି ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ଏଥର ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା । ଯେଉଁମାନେ ଆଦୌ ପାଇ ନାହାନ୍ତି ସେମାନେ ଏକାଥରକେ ଦୁଇଟି କିସ୍ତି ଅର୍ଥାତ୍ ୧୦ ହଜାର ଟଙ୍କା ପାଇବେ । ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସରକାର ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ରିଲିଜ୍ କରିବେ । 

ଅନ୍ତର୍ଜାତିକ ମହିଳା ଦିବସରେ ସଶକ୍ତ ହେବେ ମହିଳା। ମାର୍ଚ୍ଚ ୮ରେ ମହିଳାଙ୍କୁ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା। ସୁଭଦ୍ରାଙ୍କୁ ନେଇ ଏହି ସୂଚନା ଦେଇଛନ୍ତି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କହିଛନ୍ତି ବ୍ରହ୍ମପୁରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ବଣ୍ଡନ କରାଯିବ । ଏକାଥରକେ କୋଟିଏରୁ ଅଧିକ ମହିଳାଙ୍କ ପାଖକୁ ସୁଭଦ୍ରା ଟଙ୍କା ପହଞ୍ଚିବ । 

ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୯୮ ଲକ୍ଷରୁ ଅଧିକ ମହିଳା ହିତାଧିକାରୀ ଟଙ୍କା ପାଇସାରିଛନ୍ତି । 
ରାଜ୍ୟର ୯୮ ଲକ୍ଷ ୩୦ ହଜାର ୯୩୩ ଜଣ ପାଇଛନ୍ତି ସୁଭଦ୍ରା ପ୍ରଥମ କିସ୍ତି ଟଙ୍କା 
ମୋଟ ୪୯୧୫ କୋଟି ୪୬ ଲକ୍ଷ ୬୫ ହଜାର ଟଙ୍କା ପାଇଛନ୍ତି ହିତାଧିକାରୀ 

ସେହିପରି ଆଉ ୨ ଲକ୍ଷ ଭାଗ୍ୟଶାଳୀ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବା ନେଇ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ। ତେବେ ଦ୍ୱିତୀୟ କିସ୍ତି ଆସିବା ପୂର୍ବରୁ ପ୍ରଥମ କିସ୍ତିର ୫ମ ପର୍ୟ୍ୟାୟ ଟଙ୍କା ମଧ୍ୟ କିଛି କିଛି ମହିଳାଙ୍କ ଖାତାକୁ ଆସୁଛି। ଯେଉଁ ଯୋଗ୍ୟ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିନାହିଁ ସେମାନେ ବ୍ୟସ୍ତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

 ବିଭିନ୍ନ କାରଣ ପାଇଁ ଯେଉଁମାନେ ସୁଭଦ୍ରା ଟଙ୍କା ପାଇନାହାଁନ୍ତି, ସେମାନେ ଏକାବେଳେ ଦୁଇଟି କିସ୍ତି ଅର୍ଥାତ ୧୦ ହଜାର ଟଙ୍କା ପାଇବେ। ଯାହାକି ମାର୍ଚ୍ଚ ୮ ତାରିଖରେ ମିଳିବାକୁ ଯାଉଛି। ଯିଏ ଆଦୌ ଆବେଦନ କରିନାହାଁନ୍ତି ସେମାନେ ଯଦି ଏବେ ଆବେଦନ କରନ୍ତି ତେବେ ମାର୍ଚ୍ଚ ୮ ତାରିଖରେ ଦୁଇଟି କିସ୍ତି ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe