ଆସିଲା ସୁଭଦ୍ରା ତୃତୀୟ କିସ୍ତି ଟଙ୍କା । ରାଖୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ରୁ ଊର୍ଦ୍ଧ୍ୱ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟିଛନ୍ତି । ଏକକାଳୀନ ୧ କୋଟି ହିତାଧିକାରୀଙ୍କୁ ଖାତାକୁ ଗଲା ୫ହଜାର ଟଙ୍କା ।
ତେବେ ଯେଉଁ ହିତାଧିକାରୀ ଭାବେ ପ୍ରଥମ ଦୁଇଟି କିସ୍ତିରେ ଟଙ୍କା ପାଇନାହାନ୍ତି, ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏପର୍ଯ୍ୟନ୍ତ ୨ଲକ୍ଷ ହିତାଧିକାରୀ ବାଦ୍ ପଡ଼ିଛନ୍ତି । ସେମାନଙ୍କୁ ଯୋଡ଼ିବା ପାଇଁ ଆଉଥରେ ସର୍ଭେ ହେବ । ୯୩ ହଜାର ହିତାଧିକାରୀ ମହିଳାଙ୍କୁ ୬୦ ବର୍ଷ ପୁରିଥିବାରୁ ବିଭାଗ ସେମାନଙ୍କୁ ଭତ୍ତା ପାଇଁ ଏସ୍ଏସ୍ଇପିଡିକୁ ପଠାଇଛି ।
ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି । ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି । ପ୍ରଥମ କିସ୍ତି ଟଙ୍କା ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ପ୍ରଦାନ କରାଯାଇଥିଲା । ଏହା ପରେ ଚଳିତ ବର୍ଷ ମହିଳା ଦିବସରେ ଦ୍ୱିତୀୟ କିସ୍ତି ଦିଆଯାଇଥିଲା । ପ୍ରତିବର୍ଷ ରାଖୀ ପୂର୍ଣ୍ଣିମା ଓ ମହିଳା ଦିବସରେ ସୁଭଦ୍ରା ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହି ଆଧାରରେ ଆଜି ରାଖୀ ପୂର୍ଣ୍ଣିମାରେ ହିତାଧିକାରୀଙ୍କ ଖାତାକୁ ଯାଇଛି ଟଙ୍କା ।
ସୁଭଦ୍ରା କିସ୍ତି ବଣ୍ଟନ କାର୍ଯ୍ୟକ୍ରମକୁ ସମ୍ୱୋଧନ କରି କୋରାପୁଟ ବିକାଶର କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି କୋରାପୁଟର ବିକାଶ କରିବାକୁ ସରକାର ସଂକଳ୍ପ ନେଇଛନ୍ତି । ଆଜିଠୁ ଦକ୍ଷିଣାଞ୍ଚଳର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ କରାଯାଇଛି । ଅଞ୍ଚଳର ବିକାଶ ପାଇଁ ୨୦୦ କୋଟି ଟଙ୍କାର ବଜେଟ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/09/third-installment-2025-08-09-13-30-18.jpg)