‘ସୁଭଦ୍ରା’ ପାଇଁ ହେଲାଣି ୬୦ ଲକ୍ଷରୁ ଅଧିକ ପଞ୍ଜୀକରଣ ; ଆଜିଠୁ ସୁଭଦ୍ରା ସ୍ୱାଗତ ପଦଯାତ୍ରା । ହୁଳହୁଳିରେ କମ୍ପିଲା ପରିବେଶ

Advertisment

ଭୁବନେଶ୍ୱରରୁ ଆରମ୍ଭ କରି ପ୍ରତି ରାଜସ୍ୱ ଗାଁରେ ଚାଲିବ କାର୍ଯ୍ୟକ୍ରମ । ମଙ୍ଗଳବାର ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଆଜି ସୁଦ୍ଧା ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା ।

ଭୁବନେଶ୍ୱରରୁ ଆରମ୍ଭ କରି ପ୍ରତି ରାଜସ୍ୱ ଗାଁରେ ଚାଲିବ କାର୍ଯ୍ୟକ୍ରମ । ମଙ୍ଗଳବାର ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଆଜି ସୁଦ୍ଧା ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା ।

padajatra

କନକ ବ୍ୟୁରୋ:  ‘ସୁଭଦ୍ରା’ ଯୋଜନଦା ପାଇଁଁ ଚାଲିଛି ନାମ ପଞ୍ଜିକରଣ । ଏଯାଏଁ ନାମ ପଞ୍ଜିକରଣ କରିସାରିଲେଣି ୬୦ ଲକ୍ଷରୁ ଅଧିକ ମହିଳା । ଏବେବି ଜନସେବା କେନ୍ଦ୍ରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ଭୁବନେଶ୍ୱରରୁ ଆରମ୍ଭ ହେଲା ସୁଭଦ୍ରା ସ୍ୱାଗତ ପଦଯାତ୍ରା । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ.ଭି ସିଂହଦେଓଙ୍କ ସମେତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାଶ ପ୍ରମୁଖ ସାମିଲ ହୋଇଛନ୍ତି । ଗିରିଦୁର୍ଗା ମନ୍ଦିରଠାରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ହେବ। ପ୍ରତି ରାଜସ୍ୱ ଗାଁରେ ସୁଭଦ୍ରା ପଦଯାତ୍ରା ଚାଲିବ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁ ଗାଁରେ ସାମିଲ୍ ହେବେ । 

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳା ପଞ୍ଜୀକରଣ କରିସାରିଲେଣି। ଆସନ୍ତା ୧୭ ତାରିଖରେ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବ। ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଆଜି ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ, ସେମାନଙ୍କୁ ୧୭ ତାରିଖରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe