ଆସିଲା ସୁଭଦ୍ରା ଯୋଜନା ଏସଓପି; କ୍ୟାବିନେଟ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Advertisment

ଆସିଲା ସୁଭଦ୍ରା ଯୋଜନା ଏସଓପି; କ୍ୟାବିନେଟ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସର ମହିଳାଙ୍କୁ ମିଳିବ ଟଙ୍କା

ଆସିଲା ସୁଭଦ୍ରା ଯୋଜନା ଏସଓପି; କ୍ୟାବିନେଟ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସର ମହିଳାଙ୍କୁ ମିଳିବ ଟଙ୍କା

subhadra

କନକ ବ୍ୟୁରୋ: ମହିଳାଙ୍କ ପାଇଁ ମୋହନ ସରକାର ଆଣିଛନ୍ତି ଖୁସି ଖବର। ମୋହନ ସରକାର ଘୋଷଣା କରିଥିବା ସୁଭଦ୍ରା ଯୋଜନା ପାଇଁ କ୍ୟାବିନେଟର ମଞ୍ଜୁରି ପରେ ଜାରି କରିଛନ୍ତି ଏସଓପି ।ଏଥିସହ ସ୍ପଷ୍ଟ ହୋଇଛି ସୁଭଦ୍ରା ଯୋଜନାର ରୂପରେଖ। 

‘ସୁଭଦ୍ରା’ ଯୋଜନା ପାଇଁ ଏସଓପି
ରାକ୍ଷୀପୂର୍ଣ୍ଣିମା ଓ ମହିଳା ଦିବସରେ ମିଳିବ ଟଙ୍କା

ନିର୍ବାଚନବେଳେ ମହିଳାଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଆଉ ପାଦେ ଆଗେଇଛି। ସୁଭଦ୍ରା ଯୋଜନାକୁ କ୍ୟାବିନେଟର ଅନୁମୋଦନ ପରେ ଏସଓପି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୁଭଦ୍ରା ଯୋଜନାର ଏସଓପି 

୨୧ରୁ ୬୦ବର୍ଷରୁ କମ୍ ବୟସର ମହିଳାଙ୍କୁ ମିଳିବ ଟଙ୍କା
ସିଧାସଳଖ ମହିଳାଙ୍କ ଆକାଉଣ୍ଟକୁ ଯିବ ରାଶି
୧ କୋଟିରୁ ଅଧିକ ମହିଳା ଏଥିରୁ ଉପକୃତ ହେବେ
ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ଆକାଉଣ୍ଟକୁ ୫ଜହାର ଲେଖାଏଁ ୨ଥର ଟଙ୍କା ଯିବ
୫ବର୍ଷରେ ମହିଳାମାନଙ୍କ ଆକାଉଣ୍ଟକୁ ଯିବ ୫୦ ହଜାର
ସୁଭଦ୍ରା ଡେବିଟ୍ କାର୍ଡ ପ୍ରଦାନ କରାଯିବ 

କେମିତି କରିବେ ଆବେଦନ? 

ମହିଳାମାନେ ଅଙ୍ଗନୱାଡି କେନ୍ଦ୍ର, ବ୍ଲକ କାର୍ୟ୍ୟାଳୟ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରେ ଆବେଦନ କରିପାରିବ
ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ

କେଉଁମାନେ ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇପାରିବେ ନାହିଁ

ଆର୍ଥିକ ସ୍ୱଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳା ମାନେ ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ସେହିପରି  କୌଣସି ସରକାରୀ ଯୋଜନାରେ ମାସିକ ୧୫ଶହ ଟଙ୍କା କିମ୍ବା ତାଠାରୁ ଅଧିକ ପାଉଥିବା ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ। ତେବେ ସରକାରଙ୍କ ଏହି ଘୋଷଣା ସମାଲୋଚନା କରିଛି ବିଜେଡି। ତେବେ ଖୁବଶୀଘ୍ର ଏହି ଯୋଜନାର ଶୁଭାରମ୍ଭ କରିବାକୁ ଯୋଜନା କରିଛନ୍ତି ସରକାର। ରାଜ୍ୟ ସରକାର ଏହି ଯୋଜନା ପାଇଁ ବଜେଟରେ ବ୍ୟୟ ବରାଦ କରିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe