କନକ ବ୍ୟୁରୋ: ମୋବାଇଲକୁ ସୁଭଦ୍ରା ମେସେଜ ଆସିବା ପରେ ମହିଳାଙ୍କ ଖୁସି କହିଲେ ନସରେ । କାରଣ ସୁଭଦ୍ରା ସହାୟତା ପାଇଁ ଏ ମେସେଜ ଏବେ ସବୁଠୁ ମୂଲ୍ୟବାନ । ଯାହା ମୋବାଇଲକୁ ଏ ମେସେଜ ଆସିଛି ତାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିବା ନିଶ୍ଚିତ ହୋଇଛି । ପରୀକ୍ଷାମୂଳକ ଭାବେ ୧ ଟଙ୍କା ଲେଖାଏଁ ଆକାଉଣ୍ଟକୁ ଛାଡି ଯୋଗ୍ୟ ହିତାଧିକାରୀଙ୍କ ମନରୁ ଦ୍ବନ୍ଦ୍ବ ଦୂର କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଏହା ଚୂଡାନ୍ତ ତାଲିକା ନୁହେଁ, ଆଗକୁ ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟା ଜାରି ରହିବ । 

  • ତେବେ ଆକାଉଣ୍ଟକୁ ୧ ଟଙ୍କା ଯାଇନଥିଲେ ହୁଅନ୍ତୁ ନାହିଁ ବ୍ୟସ୍ତ
  • ୧୭ ତାରିଖ ପରେ ବି ହୋଇପାରିବେ ସୁଭଦ୍ରା ହିତାଧିକାରୀ
  • ସୁଭଦ୍ରା ହିତାଧିକାରୀ ହେବାକୁ ଏବେ ଗାଁଠାରୁ ସହର ସବୁଠି ମହିଳା ଉତ୍ସାହିତ। ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ମହିଳା ପଞ୍ଜିକରଣ କରୁଛନ୍ତି ।
  • ୧୫ ତାରିଖ ସୁଦ୍ଧା ୬୦ ଲକ୍ଷ ମହିଳା କରିଛନ୍ତି ପଞ୍ଜିକରଣ
  • ୧ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରାରେ ସାମିଲ କରିବାକୁ ଲକ୍ଷ୍ୟ


ଏହା ଭିତରେ ଅନେକ ମହିଳାଙ୍କ ଆକାଉଣ୍ଟକୁ ୧ ଟଙ୍କା ଆସିନଥିବାରୁ ବଢିଛି ଦ୍ୱନ୍ଦ୍ୱ । ଯାହାକୁ ଦୂର କରିବା ସହ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୭ ତାରିଖକୁ ନେଇ ଭୟଭୀତ ହୁଅନ୍ତୁନି । ଶେଷ ପର୍ଯ୍ୟନ୍ତ ଯୋଗ୍ୟ ମହିଳା ହିତାଧିକାରୀ ପାଇବେ ସୁଭଦ୍ରା ସହାୟତା ।  
 
ମଙ୍ଗଳବାର ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିଦିନ ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ପ୍ରଥମ କିସ୍ତିର ଟଙ୍କା ।