କନକବ୍ୟୁରୋ : ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା। ଡିସେମ୍ବରରେ ମିଳିବ ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଡିସେମ୍ବର ଶେଷ ସୁଦ୍ଧା ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର, ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । 

Advertisment

ଏହାସହ ଖାରଜ ହୋଇଥିବା ଆବେଦନ ଗୁଡ଼ିକର ପୁନଃ ଯାଞ୍ଚ ପାଇଁ ବିଡ଼ିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ସ୍ତରରେ ତହସିଲଦାର ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଛି । ଖାରଜ ହୋଇଥିବା ହିତାଧିକାରୀଙ୍କୁ ଅଙ୍ଗନ ବାଡ଼ି ଦିଦିଙ୍କ ମାଧ୍ୟମରେ ନୋଟିସ ହେବ ।

ଜମି ଆଧାରରେ ଯେଉଁ ମାନଙ୍କର ଖାରଜ ହୋଇଛି ତହସିଲଦାର ଓ ଆରଆଇଙ୍କ ଦ୍ଵାରା ଆଉ ଥରେ ଯାଞ୍ଚ କରାଯିବ ବୋଲି ପ୍ରଭାତି ପରିଡ଼ା କହିଛନ୍ତି । ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ମଧ୍ୟରୁ ଜମି ଆଧାରରେ ଖାରଜ ହୋଇଥିବାଙ୍କ ସଂଖ୍ୟା ଅଧିକ । 

ସେହିପରି ବ୍ୟାଙ୍କ ଲିଙ୍କେଜନ ଥିବାରୁ କଟିଥିଲେ ସେମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି ବ୍ୟାଙ୍କ ସ୍ପଷ୍ଟୀକରଣ ଦାଖଲ କରିବେ।  ଅଙ୍ଗନବାଡି କର୍ମୀ ଏବଂ ଏମବିକେ ମାନଙ୍କୁ ସରକାରୀ ଚାକରିଆ ଭାବେ କଟା ଯାଇଛି ସେମାନଙ୍କର ମଧ୍ୟ ଯାଞ୍ଚ କରାଯାଇ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି।