ତୃତୀୟ ପର୍ଯ୍ୟାୟରେ ମିଳିବ ଅଙ୍ଗନବାଡି କର୍ମୀଙ୍କୁ ସୁଭଦ୍ରା ଟଙ୍କା । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ବାଦ ପଡିଥିବା ହିତାଧିକାରୀଙ୍କୁ କରାଯିବ ସାମିଲ

Advertisment

ରାଜ୍ୟ ସରକାର ଅଙ୍ଗନବାଡି କର୍ମୀ ମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନା ଦେବା ନେଇ ଘୋଷଣା କରିଛନ୍ତି ଏଥିସହ ଆସନ୍ତା ୨୪ରେ ତୃତୀୟ କିସ୍ତି ମିଳି ସୁଭଦ୍ରା ଯୋଜନାର ଟଙ୍କା ଏ ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବା ବେଳେ ଡିସେମ୍ବରରେ ମିଳିବ ଚତୁର୍ଥ କିସ୍ତି ଟଙ୍କା

Updated On

ରାଜ୍ୟ ସରକାର ଅଙ୍ଗନବାଡି କର୍ମୀ ମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନା ଦେବା ନେଇ ଘୋଷଣା କରିଛନ୍ତି ଏଥିସହ ଆସନ୍ତା ୨୪ରେ ତୃତୀୟ କିସ୍ତି ମିଳି ସୁଭଦ୍ରା ଯୋଜନାର ଟଙ୍କା ଏ ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବା ବେଳେ ଡିସେମ୍ବରରେ ମିଳିବ ଚତୁର୍ଥ କିସ୍ତି ଟଙ୍କା

ଅଦ୍ୟତନ ହୋଇଛି
subhadra 1 2

କନକବ୍ୟୁରୋ : ରାଜ୍ୟ ସରକାର ଅଙ୍ଗନବାଡି କର୍ମୀମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନା ଦେବା ନେଇ ଘୋଷଣା କରିଛନ୍ତି ଏଥିସହ ଆସନ୍ତା ୨୪ରେ ତୃତୀୟ କିସ୍ତି ମିଳି ସୁଭଦ୍ରା ଯୋଜନାର ଟଙ୍କା ଏ ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବା ବେଳେ ଡିସେମ୍ବରରେ ମିଳିବ ଚତୁର୍ଥ କିସ୍ତି ଟଙ୍କା । ସୁଚନା ଅନୁଯାୟୀ  ରାଜ୍ୟରେ ସୁଭଦ୍ରା ଯୋଜନା ଗତ ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜାନର ପ୍ରଥମ କିସ୍ତିର ଟଙ୍କା ୨୫ଲକ୍ଷରୁ ଅଧିକ ମହିଳା ପାଇଥିବା ବେଳେ ସେହିପରି ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ କିସ୍ତି ଟଙ୍କା ୩୫ ଲକ୍ଷରୁ ଅଧିକ ହିତାଧିକାରୀ ମାନଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇଥିଲା ।

କିନ୍ତୁ ଏ ଯାବତ ୧ କୋଟିରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଆବେଦନ କରିଥିବାରୁ ପ୍ରାୟ ୪୦ ଲକ୍ଷରୁ ଅଧିକ ଆବେଦନକାରୀ ଅପେକ୍ଷାରେ ରହିଛନ୍ତି । ଆବେଦନକାରୀଙ୍କ ମଧ୍ୟରୁ ୨ଲକ୍ଷ ହିତାଧିକାରୀ ରିଜେକ୍ଟ ହୋଇଥିବା ବେଳେ ସୁଭଦ୍ରା ଯୋଜନା ନିୟମରେ ସଂଶୋଧନ ଆଣି କେମିତି ଅଧିକ ଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହୋଇପାରିବେ ସେଦିଗରେ ସରକାର ଧ୍ୟାନ ଦେଇଛନ୍ତି । ଅନ୍ୟପଟରେ ଯେଉଁ ମହିଳା ହିତାଧିକାରୀ ଏଥିରୁ ବାଦ ପଡିଛନ୍ତି ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହ କିଛି ରିଜେକ୍ଟ ହୋଇଥିବା ମହିଳା ମାନେ ସରକାରଙ୍କ ଉପରେ ଆକ୍ଷେପ ଆଣିଛନ୍ତି । ଏଥିସହ ଆବେଦନର ସବୁ କାରଣ ଥାଇ ମଧ୍ୟ କାହିଁକି ଖାରଜ ହୋଇଛି ତାହାର କାରଣ ଜାଣିପାରିନାହାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe