୨୦୨୫ରେ ୩ଥର ମିଳିବ ସୁଭଦ୍ରା ଟଙ୍କା । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଘୋଷଣା

Advertisment

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ ଖବର । ୨୦୨୫ରେ ୩ଥର ମିଳିବ ସୁଭଦ୍ରା ଟଙ୍କା । ଏନେଇ ବଡ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । 

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ ଖବର । ୨୦୨୫ରେ ୩ଥର ମିଳିବ ସୁଭଦ୍ରା ଟଙ୍କା । ଏନେଇ ବଡ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । 

Subhadra Tanka

Subhadra Tanka Photograph: (KanakNews )

କନକ ବ୍ୟୁରୋ : ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ ଖବର । ୨୦୨୫ରେ ୩ଥର ମିଳିବ ସୁଭଦ୍ରା ଟଙ୍କା । ସମସ୍ତେ ମାଆମାନେ ସୁଭଦ୍ରା ଯୋଜନାର ଲାଭ ପାଇବେ । ଏନେଇ ବଡ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । 

ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ୨୦୨୫ ସୁଭଦ୍ରା ଯୋଜନାର ବର୍ଷ ହେବ । ସମସ୍ତ ମା’ମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ । ପ୍ରଥମେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ମାର୍ଚ୍ଚ ୮ରେ ମହିଳା ଦିବସରେ ମିଳିବ ସୁଭଦ୍ରା ଟଙ୍କା । ରକ୍ଷା ବନ୍ଧନରେ ବି ସୁଭଦ୍ରା ଟଙ୍କା ମିଳିବ । ଜାନୁଆରୀ ପ୍ରଥମ ସପ୍ତାହରେ ପୂରା ସର୍ଭେ ସରିବ ।  ଆଜି ଫିଲ୍ଡ ରିପୋର୍ଟ ଆସିବ । ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ । ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ। କେତେ ଗ୍ରାଉଣ୍ଡ ରିଅଲିଟିରେ ହେଲା ତାହା ମଧ୍ୟ ସ୍ପଷ୍ଟ ହେବ ।  ଆମେ ସମୟ ଏଥିପାଇଁ ନେଉଛୁ କି ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ । ଯେମିତି କେହି ବଞ୍ଚିତ ନ ହୁଅନ୍ତି ତାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe