କନକ ବ୍ୟୁରୋ: କୁହାଯାଏ ଏକତା ହିଁ ବଳ । ଯେମିତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଜରିପଡ଼ା ଗାଁରେ ୬ଟି ସ୍ବୟଂ ସହାୟିକା ଗୋଷ୍ଠୀର ୨୫ ଜଣ ମହିଳା ଏକାଠି ହୋଇ ମହାବୀର ପ୍ରଡ୍ୟୁସର ଗ୍ରୁପ୍ ଗଠନ କରିଛନ୍ତି । ଗ୍ରୁପର ସଦସ୍ୟା ତିନି କିସ୍ତିର ସୁଭଦ୍ରା ଟଙ୍କା ଆଦାୟ କରି ଧାନକଳ, ଅଟାଚକି, ମସଲାବଟା ଓ ବିରିବଟା ମେସିନ୍ ପକାଇଛନ୍ତି। ଘରକାମ ସାରିବା ପରେ ବଳକା ସମୟରେ ୟୁନିଟ୍‌କୁ ଆସି ମିଳିମିଶି ଅଟା, ବିରିବଡ଼ି, ଧାନ କୁଟା ମେସିନ ସହିତ ଛତୁଆ ଇତ୍ୟାଦି ପ୍ରସ୍ତୁତ କରୁଛନ୍ତି । ଏହାକୁ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ଭୁବନେଶ୍ବର ଇତ୍ୟାଦି ଜିଲ୍ଲାକୁ ବିକ୍ରି ପାଇଁ ପଠାଉଛନ୍ତି। ଭଲ ଦୁଇ ପଇସା ରୋଜଗାର କରିବା ସହିତ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। 

Advertisment

ପୂର୍ବରୁ ଲୋକମାନେ ଅଟୋ ପେଷିବା ପାଇଁ ଅନ୍ୟ ଗାଁକୁ ଯାଉଥିଲେ । ମହିଳା ମାନେ ଏଭଳି କିଛି କାମ ହାତକୁ ନେଇଥିବାରୁ ସେହି ଗାଁରେ ଲୋକମାନେ ଏହାର ସୁବିଧା ନେଇପାରୁଛନ୍ତି । ମହିଳା ମାନେ ମଧ୍ୟ କିଛି ରୋଜଗାର କରୁଛନ୍ତି । 

ସୁଭଦ୍ରା ଟଙ୍କାକୁ ଆଦାୟ କରି ଏହାକୁ ସଠିକ ଭାବରେ ବିନିଯୋଗ କରି ମହାବୀର ପ୍ରଡ୍ୟୁସର ଗ୍ରୁପର ସଦସ୍ୟା ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ।