କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ କାଣ୍ଡରା ଗାଁର ସୁଭଦ୍ରା ଘୋଷ । ବୟସ ୫୦ ଟପିଲାଣି । ଜନ୍ମରୁ ଦିବ୍ୟାଙ୍ଗ । ଅଣ୍ଟା ସଳଖୀ ଛିଡା ହୋଇ ପାରନ୍ତି ନାହିଁ । ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା ପାଇଁ ହେଲେ ଦୁଇ ପାଦ ଓ ଦୁଇ ହାତ ସାହାଯ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡ଼ିଥାଏ । ବଂଚିବା ପାଇଁ ତାଙ୍କୁ ପ୍ରତି ସମୟରେ ସଂଘର୍ଷ କରିବାକୁ ପଡ଼ିଥାଏ ।  ତଥାପି ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି ସୁଭଦ୍ରା । କିଛି ରୋଜଗାର କରିବା ପାଇଁ ତାଙ୍କ ଗାଁ ଛକରେ ଏକ ଚାହା ଏବଂ ପାନ ଦୋକାନ କରିଛନ୍ତି । ସେଥିରୁ ଯାହା ରୋଜଗାର ହେଉଛି ନିଜେ ଚଳିବା ସହ ବୃଦ୍ଧା ମା’ଙ୍କ ଖର୍ଚ୍ଚ ତୁଲାଉଛନ୍ତି ।

Advertisment

 ନିଜ ଘର ପାଖରୁ ଦୋକାନ ଅଧ କିଲୋମିଟର ଦୁର ହୋଇଥିବାରୁ ତିନି ଚକିଆ ସାଇକେଲ ପାଇଁ ବାରମ୍ବାର ନିବେଦନ କରି ନିରାଶ ହୋଇ ହାତରେ ଚପଲ ଲଗାଇ ଦୁଇହାତ ଦୁଇ ପାଦ ସାହାର୍ୟ୍ୟରେ ଗୁରୁଣ୍ଡି ବୁରୁଣ୍ଡି ଯାତାୟତ କରୁଛନ୍ତି ସୁଭଦ୍ରା । ବୃଦ୍ଦା ମାଆଙ୍କୁ ନେଇ ସୁଭଦ୍ରା ରହୁଥିବା ବେଳେ ଘର ଖଣ୍ଡିଏ ନଥିବାରୁ ଭଙ୍ଗା ଏଜବେଷ୍ଟସ ତଳେ ବହୁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ସରକାରୀ ସହାୟତା କହିଲେ ଦିବ୍ୟଙ୍ଗ ଭତା ଏବଂ ୫ କେଜି ରାଶନ ଛଡା ଆଉ କିଛି ମିଳୁନାହିଁ । ଅନ୍ତୋଦୟ ଯୋଜନାରେ ୩୫ କେଜି ଚାଉଳ ଏବଂ ଗୋଟିଏ ଟ୍ରାୟ ସାଇକେଲ ମାଇଁ ବାରମ୍ବାର ନିବେଦନ କରି ନିରାଶ ହୋଇଛନ୍ତି ।

ଆବାସ ଯୋଜନାରେ ଘର ସହିତ ୩୫ କେଜି ଚାଉଳ ଏବଂ ଟ୍ରାଇ ସାଇକେଲ ଯୋଗାଇ ଦେବାକୁ ଦାବି କରିଛନ୍ତି ସୁଭଦ୍ରା ।