ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ମୋଦୀ ; ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି ଟଙ୍କା

ଆଜି ଜନତା ମୈଦାନରେ ବହୁ ପତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ମିଳିଛି ସୁଭଦ୍ରାର ପ୍ରଥମ କିସ୍ତିର ୫୦୦୦ ଟଙ୍କା । ମୋଟ ୧୨୫୦ କୋଟି ଟଙ୍କା ଆକଉଣ୍ଟକୁ ପଠାଇଛନ୍ତି ମୋଦୀ ସରକାର

subhadra____

କନକ ବ୍ୟୁରୋ: ଆଜି ଜନତା ମୈଦାନରେ ବହୁ ପତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ମିଳିଛି ସୁଭଦ୍ରାର ପ୍ରଥମ କିସ୍ତିର ୫୦୦୦ ଟଙ୍କା । ମୋଟ ୧୨୫୦ କୋଟି ଟଙ୍କା ଆକଉଣ୍ଟକୁ ପଠାଇଛନ୍ତି ମୋଦୀ ସରକାର । ପ୍ରତି ହିତାଧିକାରୀଙ୍କ ଅକାଉଣ୍ଟକୁ ଆସିଛି ୪ ହଜାର ୯୯୯ ଟଙ୍କା ।
 WhatsApp Image 2024-09-17 at 12.50.37 PM (1) .jpeg

ଏହାସହ ଆଜି ଭୁବନେଶ୍ୱର ଗାଡକଣରେ ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା -୨.୦ ଯୋଜନାର ମଧ୍ୟ ଶୁଭଉଦଘାଟନ କରିଛନ୍ତି । ଏହି କ୍ରମରେ ଆଜି ୨୬ ଲକ୍ଷ ଲୋକଙ୍କୁ ମିଳିଛି ଘରର ଚାବି । ମୋଦୀ ନିଜେ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ, ଭଲମନ୍ଦ ପଚାରି ବୁଝିଥିଲେ । ଏସବୁ ଯୋଜନାକୁ ନେଇ ଆଜି ରାଜ୍ୟବାସୀଙ୍କ ମଧ୍ୟରେ ଭିନ୍ନ ଏକ ମାହୋଲ ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe