ସୁଭଦ୍ରା ପାଇଁ ମହିଳାଙ୍କ ମଧ୍ୟରେ ଜୋରଦାର ଉତ୍ସାହ । ଆବେଦନ କରିବା ପାଇଁ ସବୁଠି ଗହଳି

Advertisment

ଆଧାର ଅପଡେଟ୍ ପାଇଁ ଦିନ ରାତି ଜମୁଛି ହିତାଧିକାରୀଙ୍କ ଭିଡ଼। ବାରମ୍ବାର ଅପିଲ ସତ୍ତ୍ବେ ହିତାଧିକାରୀ ଶୁଣିବାକୁ ନାରାଜ। ସ୍ଥିତି ଏପରି ହୋଇଛି ଯେ ସାରାରାତି ଅନିଦ୍ରା ରହିବା ସତ୍ତ୍ବେ ଆଧାର ଅପଡେଟରୁ ଅଧିକାଂଶ ବଞ୍ଚିତ ହେଉଛନ୍ତି।

ଆଧାର ଅପଡେଟ୍ ପାଇଁ ଦିନ ରାତି ଜମୁଛି ହିତାଧିକାରୀଙ୍କ ଭିଡ଼। ବାରମ୍ବାର ଅପିଲ ସତ୍ତ୍ବେ ହିତାଧିକାରୀ ଶୁଣିବାକୁ ନାରାଜ। ସ୍ଥିତି ଏପରି ହୋଇଛି ଯେ ସାରାରାତି ଅନିଦ୍ରା ରହିବା ସତ୍ତ୍ବେ ଆଧାର ଅପଡେଟରୁ ଅଧିକାଂଶ ବଞ୍ଚିତ ହେଉଛନ୍ତି।

aadhar updater

କନକ ବ୍ୟୁରୋ: ଆଧାର ଅପଡେଟ୍ ପାଇଁ ଦିନ ରାତି ଜମୁଛି ହିତାଧିକାରୀଙ୍କ ଭିଡ଼। ବାରମ୍ବାର ଅପିଲ ସତ୍ତ୍ବେ ହିତାଧିକାରୀ ଶୁଣିବାକୁ ନାରାଜ। ସ୍ଥିତି ଏପରି ହୋଇଛି ଯେ ସାରାରାତି ଅନିଦ୍ରା ରହିବା ସତ୍ତ୍ୱେ ଆଧାର ଅପଡେଟରୁ ଅଧିକାଂଶ ବଞ୍ଚିତ ହେଉଛନ୍ତି। ଯେଉଁଥିପାଇଁ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି। 

  • ଆଧାର ଅପଡେଟ୍‌ ପାଇଁ ରାତି ଅନିଦ୍ରା
  • ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଆସିଲାନି ନମ୍ବର
  • ନିରାଶ ହୋଇ କଲେ ରାସ୍ତା ଅବରୋଧ

ସୁଭଦ୍ରା ଯୋଜନା ପାଇଁ ଆଧାର ସହ ମୋବାଇଲ ଲିଙ୍କ ବାଧ୍ୟତାମୂଳକ ପରେ କେଉଁଠି ଲମ୍ବା ଲାଇନ ଲାଗିଛି ତ, ଆଉ କେଉଁଠି ପିଲା ଛୁଆ ନେଇ ରାତି ଅଧିଆ ପୋଷ୍ଟ ଅଫିସ ସମ୍ମୁଖରେ ହିତାଧିକାରୀଙ୍କ ମେଳି ଦେଖିବାକୁ ମିଳିଛି। ବାଲେଶ୍ୱର ଭୋଗରାଇରେ ସ୍ଥିତି ଏପରି ହେଇଛି ଯେ, ରାଜରାସ୍ତା ଅବରୋଧ କରିବାକୁ ପଛାଇ ନଥିଲେ ଉତ୍ୟକ୍ତ ମହିଳା। ସାରାରାତି ଅପେକ୍ଷା କରିବା ସତ୍ତ୍ୱେ ଆଧାରରେ ସଂଶୋଧନ ହୋଇନପାରିବାରୁ ଜଳେଶ୍ୱର-ଚନ୍ଦନେଶ୍ୱର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ତେବେ ପୁଲିସ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି ।

ରାଜ୍ୟର ବିଭିନ୍ନ ସ୍ଥାନରୁ ସମାନ ଖବର ସାମ୍ନାକୁ ଆସିଛି। ସବୁଠି ଲାଗିଛି ଲମ୍ବା ଧାଡ଼ି। କେତେ ବେଳେ ନିଜ ନମ୍ବର ଆସିବ ଆଉ ଆଧାର ସହ ମୋବାଇଲ ଲିଙ୍କ କରାଇବେ ତାକୁ ନେଇ ଚିନ୍ତାରେ ଲୋକ। ବଡ଼ କଥା ହେଉଛି ଅଧିକାଂଶ ହିତାଧିକାରୀ ଭୋକ ଉପାସରେ ରହି ଧାଡ଼ିରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି। ଏପରିକି କିଛି ମହିଳା ଅସୁସ୍ଥ ସ୍ୱାମୀଙ୍କୁ ଘରେ ଛାଡ଼ି ଧାଡ଼ି ବାନ୍ଧିବାକୁ ବାଧ୍ୟ ହୋଇଛନ୍ତି।

ସେପଟେ ପୁରୀରେ ପହଞ୍ଚି ସୁଭଦ୍ରା କଲ ସେଣ୍ଟରର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଜନସେବା କେନ୍ଦ୍ର କିମ୍ବା ଆଧାର କେନ୍ଦ୍ରରେ ଭିଡ଼ ନଜମାଇବା ପାଇଁ ଅନୁରୋଧ କରିଛନ୍ତି। ଅଧିକାଂଶ ଜନସେବା କେନ୍ଦ୍ରରେ ଜମୁଥିବା ଏହି ଭିଡ଼କୁ ନିୟନ୍ତ୍ରଣ କରିବା ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe