ବ୍ୟାଙ୍କ ଆଗରେ ‘ସୁଭଦ୍ରା’ ଭିଡ଼ । ୫ ହଜାର ଟଙ୍କା ପାଇଁ ଲମ୍ବା ଲାଇନ୍‌

Advertisment

ସୁଭଦ୍ରା ଟଙ୍କା ଉଠାଇବାକୁ ବ୍ୟାଙ୍କରେ ଜମୁଛି ପ୍ରବଳ ଭିଡ଼। ଖାଲି ଟଙ୍କା ଉଠା ନୁହେଁ, ଆଧାର ଅପଡେଟ ପାଇଁ ଜନସେବା କେନ୍ଦ୍ର ଆଗରେ ଲୋକମାନେ ଗହଳି ଜମାଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ମହିଳାଙ୍କୁ ଟଙ୍କା ମିଳିଛି। ତେଣୁ ଅନ୍ୟମାନେ ମଧ୍ୟ ଶୀଘ୍ର ଯୋଜନାର ଲାଭ ପାଇବାକୁ ବେଶ୍ ଉତ୍ସାହିତ ହୋଇପଡିଛନ୍ତି।

ସୁଭଦ୍ରା ଟଙ୍କା ଉଠାଇବାକୁ ବ୍ୟାଙ୍କରେ ଜମୁଛି ପ୍ରବଳ ଭିଡ଼। ଖାଲି ଟଙ୍କା ଉଠା ନୁହେଁ, ଆଧାର ଅପଡେଟ ପାଇଁ ଜନସେବା କେନ୍ଦ୍ର ଆଗରେ ଲୋକମାନେ ଗହଳି ଜମାଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ମହିଳାଙ୍କୁ ଟଙ୍କା ମିଳିଛି। ତେଣୁ ଅନ୍ୟମାନେ ମଧ୍ୟ ଶୀଘ୍ର ଯୋଜନାର ଲାଭ ପାଇବାକୁ ବେଶ୍ ଉତ୍ସାହିତ ହୋଇପଡିଛନ୍ତି।

subhadra vida

କନକ ବ୍ୟୁରୋ: ସୁଭଦ୍ରା ଟଙ୍କା ଉଠାଇବାକୁ ବ୍ୟାଙ୍କରେ ଜମୁଛି ପ୍ରବଳ ଭିଡ଼। ଖାଲି ଟଙ୍କା ଉଠା ନୁହେଁ, ଆଧାର ଅପଡେଟ ପାଇଁ ଜନସେବା କେନ୍ଦ୍ର ଆଗରେ ଲୋକମାନେ ଗହଳି ଜମାଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ମହିଳାଙ୍କୁ ଟଙ୍କା ମିଳିଛି। ତେଣୁ ଅନ୍ୟମାନେ ମଧ୍ୟ ଶୀଘ୍ର ଯୋଜନାର ଲାଭ ପାଇବାକୁ ବେଶ୍ ଉତ୍ସାହିତ ହୋଇପଡିଛନ୍ତି।

  • ବ୍ୟାଙ୍କ ଆଗରେ ‘ସୁଭଦ୍ରା’ ଭିଡ଼
  • ୫ ହଜାର ଟଙ୍କା ପାଇଁ ଲମ୍ବା ଲାଇନ୍‌ 

ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ‘ସୁଭଦ୍ରା’ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଆଉ ଏହି ଟଙ୍କା ଉଠାଇବାକୁ ବ୍ୟାଙ୍କ ଆଗରେ ଜମୁଛି ଅସମ୍ଭାଳ ଭିଡ଼ । ସକାଳୁ ସନ୍ଧ୍ୟା ଯାଏଁ ଅଖିଆ ଅପିଆ ହୋଇ ଲାଇନରେ ଛିଡ଼ା ହେଉଛନ୍ତି ମହିଳା । କଳାହାଣ୍ଡି ଧର୍ମଗଡ଼ ଷ୍ଟେଟ ବ୍ୟାଙ୍କ ଶାଖାରେ ୨୪ଟି ପଞ୍ଚାୟତର ଲୋକଙ୍କ ଆକାଉଣ୍ଟ ଥିବା ବେଳେ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବ୍ୟାଙ୍କଟି ଜାତୀୟ ରାଜପଥ କଡ଼ରେ ଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି ।

ସେହିପରି ବାଲେଶ୍ବର ସୋରରୁ ମଧ୍ୟ ଆସିଛି ସମାନ ଖବର। ମଙ୍ଗଳପୁର ଅଞ୍ଚଳରେ ବ୍ୟାଙ୍କ ଖୋଲିବା ଆଗରୁ ମହିଳାମାନେ ଲାଇନ୍‌ ଲଗାଉଛନ୍ତି । କିଏ ଟଙ୍କା ଉଠାଇବା ପାଇଁ ଆସୁଛି ତ ଆଉ କିଏ କେୱାଇସି ଏବଂ ମୋବାଇଲ ଲିଙ୍କ ପାଇଁ ଧାଡ଼ିରେ ଛିଡ଼ା ହେଉଛି । ତା ସହ କାମାକ୍ଷାନଗରରେ ମଧ୍ୟ ସୁଭଦ୍ରା ଟଙ୍କା ପାଇବା ପାଇଁ ମହିଳାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏଠି ଆଧାର ଅପଡେଟ ପାଇଁ କେନ୍ଦ୍ର ଆଗରେ ଲୋକମାନେ ଗହଳି ଜମାଉଛନ୍ତି । ୧୦ ଦିନ ହେବ ଏଭଳି ଭିଡ଼ ଜମୁଥିବାରୁ ଅନେକ କେୱାଇସି ଅପଡେଟ କରି ନପାରି ଫେରି ଯାଉଛନ୍ତି ।

କଟକରେ ମଧ୍ୟ ଆଧାର କେନ୍ଦ୍ର ଆଗରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି । ରାସନକାର୍ଡ ଇ-କେୱାଇସି ଏବଂ ଆଧାର ଅପଡେଟ ପାଇଁ ଭୋର ୩ଟାରୁ ଧାଡ଼ି ଲଗାଉଛନ୍ତି ମହିଳା । ତେବେ ସୁଭଦ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ଟଙ୍କା ମିଳିଛି । ତେଣୁ ଅନ୍ୟମାନେ ମଧ୍ୟ ଶୀଘ୍ର ଯୋଜନାର ଲାଭ ପାଇବାକୁ ଉତ୍ସାହିତ ଅଛନ୍ତି । ସେହିପରି ଯଦିଓ ରାସନକାର୍ଡ E-KYC ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ ତଥାପି ଲୋକେ କୌଣସି ରିକ୍ସ ନନେଇ ଏବେଠୁ ଏହାକୁ ଅପଡେଟ କରିବାକୁ ଭିଡ଼ ଜମାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe