ଆରମ୍ଭ ହେଲା ‘ସୁଭଦ୍ରା’ କାଉଣ୍ଟଡାଉନ୍ ।  ସ୍ୱାଗତ ପଦଯାତ୍ରାରେ କମ୍ପିଲା ଓଡ଼ିଶା ।

Advertisment

ସୁଭଦ୍ରା ଯୋଜନା ପାଇଁ ପଡ଼ିଲା ଶୁଭ । ଆରମ୍ଭ ହେଲା ସ୍ବାଗତ ପଦଯାତ୍ରା । ଯୋଜନା ସମ୍ପର୍କରେ ମହିଳାଙ୍କୁ ସଚେତନ କରାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିବା ପଦଯାତ୍ରାରେ ସାମିଲ ହୋଇଛନ୍ତି ମହିଳା ।

ସୁଭଦ୍ରା ଯୋଜନା ପାଇଁ ପଡ଼ିଲା ଶୁଭ । ଆରମ୍ଭ ହେଲା ସ୍ବାଗତ ପଦଯାତ୍ରା । ଯୋଜନା ସମ୍ପର୍କରେ ମହିଳାଙ୍କୁ ସଚେତନ କରାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିବା ପଦଯାତ୍ରାରେ ସାମିଲ ହୋଇଛନ୍ତି ମହିଳା ।

25୍୍

କନକ ବ୍ୟୁରୋ: ସୁଭଦ୍ରା ଯୋଜନା ପାଇଁ ପଡ଼ିଲା ଶୁଭ। ଆରମ୍ଭ ହେଲା ସ୍ୱାଗତ ପଦଯାତ୍ରା । ଯୋଜନା ସମ୍ପର୍କରେ ମହିଳାଙ୍କୁ ସଚେତନ କରାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିବା ପଦଯାତ୍ରାରେ ସାମିଲ ହୋଇଛନ୍ତି ମହିଳା । ଭୁବନେଶ୍ବରରେ ଏହାର ଶୁଭାରମ୍ଭ କରିଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡା । 

ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପୂର୍ବରୁ ସଚେତନତା ପାଇଁ ରାଜ୍ୟବ୍ୟାପି ଆୟୋଜିତ ହୋଇଛି ସ୍ୱାଗତ ଶୋଭାଯାତ୍ରା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କେଭି ସିଂଦେଓ ଭୁବନେଶ୍ବରେ ଏହାର ଶୁଭାରମ୍ଭ କରିଛନ୍ତି । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଯାହାକି ସୁଭଦ୍ରା ଯୋଜନା ପାଇଁ ମହିଳାଙ୍କ ମଧ୍ୟରେ ଥିବା ଉତ୍ସାହକୁ ଦର୍ଶାଇଛି । 
 
ସୁଭଦ୍ରା ଯୋଜନା ପଦଯାତ୍ରାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସାମିଲ ହୋଇଛନ୍ତି। ବିଶେଷକରି ଗ୍ରାମାଞ୍ଚଳର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ୍ ହୋଇଛନ୍ତି। 

କେବଳ ଭୁବନେଶ୍ୱର ନୁହେଁ ଓଡିଶାର ଗାଁମାନଙ୍କରେ ଆୟୋଜିତ ହୋଇଛି ୧୦ ହଜାର ପଦଯାତ୍ରା । ରାଜ୍ୟର ପ୍ରତି ଜିଲ୍ଲା, ବ୍ଲକ, ପଂଚାୟତ ସ୍ତରରେ ସ୍ୱାଗତ ଶୋଭାଯାତ୍ରାର ଆୟୋଜନ କରାଯାଇଛି । 
 
ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ଭିତରେ କ୍ରେଜ ବଢ଼ୁଥିବାବେଳେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।  

ରାଜନୈତିକ ବୟାନବାଜି ତେଜିବାର ଲାଗିଥିଲେ ବି ସୁଭଦ୍ରା ଯୋଜନାରେ କୋଟିଏ ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର। ଏନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ସ୍ବାଗତ ଶୋଭାଯାତ୍ରାକୁ ସପ୍ତାହେ ବ୍ୟାପି କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe