କନକ ବ୍ୟୁରୋ: ପାଖେଇ ଆସୁଛି ସୁଭଦ୍ରା ଯୋଜନା ପ୍ରସ୍ତମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପାଇବାର ସମୟ । ଆଉ ସମୟ ପାଖେଇ ଆସୁଥିବାବେଳେ ଏଥର କାହାର ଆସିବ, କେଉଁମାନେ ବାଦ ପଡିବେ ସେନେଇ ଆଶା ଆଶଙ୍କାରେ ରହିଛନ୍ତି ଲକ୍ଷ ଲକ୍ଷ ମହିଳା । ଅନ୍ୟପଟେ ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ ପାଇଁ ବାରିପଦାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । 

Advertisment

ସୁଭଦ୍ରା ଟଙ୍କା ପାଇବାକୁ ଲକ୍ଷ ଲକ୍ଷ ମହିଳା ଆବେଦନକରୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ପାଖେଇ ଆସୁଛି ସମୟ । ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିବ । ଏହି ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । 
 
ଦ୍ୱିତୀୟ ପର୍ଯ୍ୟାୟ  ସୁଭଦ୍ରା ଟଙ୍କା ବଣ୍ଟନ ପାଇଁ ସୁଭଦ୍ରା କ୍ଷେତ୍ର ବାରିପଦାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଛଉପଡିଆରେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇ ହିତାଧିକାରୀଙ୍କୁ ଟଙ୍କା ପଠାଇବେ । 
 
ସୁଭଦ୍ରା ଯୋଜନାରେ ମୋଟ୍ ୧ କୋଟି ମହିଳା ପଞ୍ଜିକରଣ କରିସାରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ । ତେବେ ଯେଉଁମାନେ ଏହି ପର୍ଯ୍ୟାୟରେ ସାମିଲ ହେବେ ନାହିଁ ସେମାନଙ୍କୁ ନିରାଶ ନହେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।