ଭିଜିଲାନ୍ସ ଜାଲରେ ଆଉ ଜଣେ ଅଫିସର ; ଘର ସହ ବିଭିନ୍ନ ସ୍ଥାନରେ ଚଢଉ

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୧ଟି ସ୍ଥାନରେ ଚଢ଼ାଉ । ଭୁବନେଶ୍ୱର ପଟିଆ, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବରଗଡ଼ରେ ରେଡ୍ ।

43hh

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗର ଚଢ଼ାଉ । ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ସୋନପୁର ସ୍ଥିତ ଭଡାଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି । ରେଡରେ ସୋନପୁର ଭିଜିଲାନ୍ସ ବିଭାଗ ର ଅଧିକାରୀ ସାମିଲ ଅଛନ୍ତି । ଭୁବନେଶ୍ୱର ପଟିଆ, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବରଗଡ଼ର ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ୨ ଆଡିସନାଲ ଏସପି, ୩ ଡିଏସପି, ୭ ଇନସ୍ପେକ୍ଟରଙ୍କ ନେତୃତ୍ୱରେ ଚାଲିଛି ରେଡ୍। ପୈତୃକ ଘର ସମେତ କାର୍ଯ୍ୟାଳୟ, ସମ୍ପର୍କୀୟଙ୍କ ଘର, ଇଟା ଭାଟି ଓ ପେଟ୍ରୋଲ ପମ୍ପରେ ଏହି ଚଢ଼ାଉ କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe