କନକ ବ୍ୟୁରୋ: ମନ୍ଦିର, କଳା, ସଂସ୍କୃତି ଓ ପରମ୍ପରାର ସହର ସୁବର୍ଣ୍ଣପୁର । ବର୍ଷତମାମ୍ ଅନେକ ପରମ୍ପରା, ଲୋକ ସଂସ୍କୃତିର ଝଲକ ଦେଖିବାକୁ ମିଳେ । ଭାଦ୍ରବ ମାସ ସପ୍ତପୁରି ଅମାବାସ୍ୟାର ପାଳନ ହେଉଥିବା ଲଙ୍କାପୋଡ଼ି ଉତ୍ସବ ଐତିହ୍ୟ ଓ ଆକର୍ଷଣ ଦୃଷ୍ଟିରୁ ଅଲଗା। ଏହି ଦିନ ହନୁମାନ ମୂର୍ତ୍ତିକୁ ସଂଧ୍ୟାରେ ଛୋଟ ପିଲାମାନେ ସହରରେ ବୁଲାଇଥାନ୍ତି । ଶହଶହ ବର୍ଷର ଏହି ପରମ୍ପରାରେ ମାଟି ତିଆରି ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ବୁଲାଉଥିବା ଦୃଶ୍ୟ ବେଶ ଆକର୍ଷଣୀୟ ।
ଲଙ୍କାପୋଡ଼ି ଉତ୍ସବ ଭଳି ଆଉ ଏକ ନିଆରା ପର୍ବ ପୂରା ଉଆଁସ । କୁନିକୁନି ଝିଅ ହାତରେ ମାଟି ତିଆରି କୁଣ୍ଢି କାଞ୍ଚି ଧରି ଗାଁ ମୁଣ୍ଡକୁ ଯାଇଥାନ୍ତି । ବାଲିରେ ମିଛିମିଛିକା ଘର ତିଆରି କରି ଖେଳନ୍ତି । ଏହି ଖେଳ ମାଧ୍ୟମରେ ଝିଅମାନଙ୍କୁ ଘରକରଣା କଥା ସୂଚାଇ ଦିଆଯାଏ । ସେହିପରି ପୁଅ ପିଲାମାନେ ମାଟି ଓ କାଠ ତିଆରି ଘୋଡ଼ା, ହାତୀ ଧରି ପହଂଚିଥାନ୍ତି ଗାଁ ମନ୍ଦିରରେ । ସେଠାରେ ଝିଅମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟକୁ ମାଗି ଖାଇଥାନ୍ତି ସମସ୍ତେ ।
ଏହିଭଳି ଉତ୍ସବ ପାଳନ ପଛରେ ରହିଛି ପୌରାଣିକ ଗାଥା । ତ୍ରେତୟା ଯୁଗରେ ହନୁମାନଙ୍କ ଲଙ୍କାପୋଡ଼ିର ସୃତିକୁ ଉଜ୍ଜୀବିତ କରିବା ପାଇଁ ସୁବର୍ଣ୍ଣପୁରବାସୀ ପ୍ରତିବର୍ଷ ପାଳନ କରି ଆସୁଛନ୍ତି ଲଙ୍କା ପୋଡ଼ି ଉତ୍ସବ। କାହିଁ କେତେ ଦିନରୁ ଚାଲିଆସିଥିବା ଏହି ପରମ୍ପରା ସତରେ କେତେ ନିଆରା ।
ସୁବର୍ଣ୍ଣପୁର ଲଙ୍କା ପୋଡ଼ି ମହୋତ୍ସବ, ମାଟି ତିଆରି ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ପୋଡ଼ି ପାଳିତ
ମାଟି ତିଆରି ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ପୋଡ଼ି ପାଳିତ
/kanak/media/media_files/2025/08/24/subarnapur-2025-08-24-18-28-09.png)