କନକବ୍ୟୁରୋ : ଭିଜିଲାନ୍ସ ଜାଲରେ କୋଟିପତି ବାବୁ । ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁବର୍ଣ୍ଣପୁର ଯୋଗାଣ ବିଭାଗ ଅଧିକାରୀ ଗିରଫ । ଗିରଫ ପରେ ଆଜି ଭିଜିଲାନ୍ସ ଦ୍ବାରା କୋର୍ଟରେ ହାଜର ହେବେ ସୁରେଶ ପାଣିଗ୍ରାହୀ । ତାଙ୍କ ବିରୋଧରେ ଅଭିଯୋଗ ଆସିଲା ପରେ ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ ।
ଚଢ଼ାଉ ବେଳେ ୧୯ଟି ପ୍ଲଟ, ୪ଏକର ଜମିରେ ଥିବା ଗୋଟିଏ ଫାର୍ମ ହାଉସ, ଦୁଇଟି ବିଲଡ଼ିଂ ଥିବା ଜଣାପଡ଼ିଥିଲା । ନଗଦ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଓ ୧ କୋଟି ୭୨ ଲକ୍ଷ ଟଙ୍କାର ଡ଼ିପୋଜିଟ ଥିବାର ଜଣାପଡ଼ିଥିଲା । ଏସବୁ ସମ୍ପତ୍ତିର ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/21/FdKTWERplC5AENMjOE0o.jpg)