’ସମର୍ଥ’ ଅନୁଷ୍ଠାନରେ ମହିଳାଙ୍କୁ ମାଡ ଘଟଣା ; ଗିରଫ ହେଲେଣି ୪ ଅଭିଯୁକ୍ତ

ସମ୍ବଲପୁର ସମର୍ଥ ମାନସିକ ଅନଗ୍ରସର ସୁଧାର ଗୃହରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣା । ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କଲେ ଉପ-ଜିଲ୍ଲାପାଳ । ବର୍ତ୍ତମାନ ସୁଦ୍ଧା ଘଟଣାରେ ୪ ଗିରଫ ।

ସମର୍ଥ===

ସମର୍ଥ=== Photograph: (କନକ ନ୍ୟୁଜ)

କନକ ବ୍ୟୁରୋ: ସମ୍ବଲପୁର ସମର୍ଥ ମାନସିକ ଅନଗ୍ରସର ସୁଧାର ଗୃହରେ ଅନ୍ତେବାସୀଙ୍କୁ ନିର୍ୟାତନା ଘଟଣାରେ ତଦନ୍ତ ରିପୋର୍ଟ ଦାଖଲ କଲେ ଉପଜିଲ୍ଲାପାଳ । ଆଜି ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ କରିଛନ୍ତି । ଘଟଣାରେ ସମର୍ଥ ଅଧ୍ୟକ୍ଷ ହରିଶ ଚନ୍ଦ୍ର ଦାସଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀଙ୍କ କାର୍ଯ୍ୟକଳାପ ଓ ଆର୍ଥିକ କାରବାର ଉପରେ ବି ତଦନ୍ତ ହୋଇଛି। 

ସମର୍ଥ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ ମରାଯାଉଥିବାର ଭିଡିଓ ହୋଇଥିଲା ଭାଇରାଲ। ଜିଲ୍ଲାର ଧନୁପାଲି ଥାନା ଅନ୍ତର୍ଗତ ପୁଟିବନ୍ଦ ସ୍ଥିତ ନେତାଜୀ ନଗରରେ "ଆଦର୍ଶ ଶିଶୁ ମନ୍ଦିର" ଦ୍ୱାରା ପରିଚାଳିତ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର "ସମର୍ଥ"ରେ ଅନ୍ତେବାସୀଙ୍କୁ ନିର୍ଯାତନା ଏବଂ ମାରପିଟ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ଦାସ ଓ ମହିଳା କେୟାର ଟେକର ସ୍ୱାଗତିକା ପ୍ରଧାନଙ୍କୁ ଗିରଫ କରାଯାଇଥିବା ବେଳେ ଏନଜିଓକୁ ବ୍ଲାକ ଲିଷ୍ଟ କରିବା ସହ ପଞ୍ଜିକରଣକୁ ରବ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe