କନକ ବ୍ୟୁରୋ :  ତିରୁପତି ଲଡ଼ୁ ଅପମିଶ୍ରଣ ପରେ ମହାପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ମାନ ଯାଂଚ କରିବାକୁ ଦାବି ହେଉଛି । ଏହା ଉପରେ ପତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ । ମହାପ୍ରସାଦ ପ୍ରସ୍ତୁତ ପରେ ନୁହଁ, ପ୍ରସ୍ତୁତି ପୂର୍ବରୁ ଯାଞ୍ଚ କରିବାକୁ ଦାବି କରିଛନ୍ତି । ପୂର୍ବରୁ ମଧ୍ୟ ରୋଷଶାଳାକୁ ଆସୁଥିବା ବିଭିନ୍ନ ସାମଗ୍ରୀ ଯାଞ୍ଚ ଲାଗି ସେବାୟତ ନିୟୋଜିତ ଅଛନ୍ତି । ଆନନ୍ଦ ବଜାର ଶୃଙ୍ଖଳା ଆଣିବା ଲାଗି ଗତକାଲି ସୁଆର ମହାସୁଆର ନିଯୋଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆନନ୍ଦ ବଜାର କର୍ମଚାରୀଙ୍କୁ ସ୍ୱତନ୍ତ୍ର ଡ୍ରେସ କୋଡ଼, ବାସି ଅଭଢ଼ା ବିକ୍ରି ଉପରେ କଟକଣା, ମହାପ୍ରସାଦ ପ୍ରସ୍ତୁତି ପାଇଁ ଉନ୍ନତମାନର ଘିଅ ବ୍ୟବହାର କରିବାକୁ ନେଇ ବୈଠକରେ ଆଲୋଚନା ହୋଇଛି ।