ବିଚରାସ୍ତାରେ ଷ୍ଟୁଡିଓ ମାଲିକଙ୍କୁ ହତ୍ୟା ; ବାରମ୍ବାର ଅପରାଧ ପରେ ସ୍ଥାନୀୟ ଲୋକଙ୍କ ଭିତରେ ଡର

ଯାଜପୁର ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇପଡ଼ିଛି। କିଛି ଦିନ ତଳେ ଦିନ ଦିପହରରେ ବନ୍ଧୁକଧାରୀମାନେ ସୁନାଗହଣା ଦୋକାନରୁ ଲୁଟ କରିଥିଲେ। ଏବେ ପୁଣି ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଯାଜପୁର ରୋଡ ସୋବରାରେ ଥିବା ଏକ ଷ୍ଟୁଡିଓର ମାଲିକଙ୍କୁ ହତ୍ୟାକାଣ୍ଡ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। 

Jajpur

Jajpur Photograph: (kanakNews)

କନକ ବ୍ୟୁରୋ: ଯାଜପୁର ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇପଡ଼ିଛି । କିଛି ଦିନ ତଳେ ଦିନ ଦିପହରରେ ବନ୍ଧୁକଧାରୀମାନେ ସୁନାଗହଣା ଦୋକାନରୁ ଲୁଟ  କରିଥିଲେ । ଏବେ ପୁଣି ଘଟିଛି ବୀଭତ୍ସ ହତ୍ୟାକାଣ୍ଡ।   ଯାଜପୁରରୋଡ ସୋବରାରେ ଥିବା ଏକ ଷ୍ଟୁଡିଓର ମାଲିକଙ୍କୁ ହତ୍ୟାକାଣ୍ଡ ଏବେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏସବୁ ପୁଣି ଥରେ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 


ସୋବରାରେ ଥିବା ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓର ମାଲିକ । ଘର ପାଖରେ ଷ୍ଟୁଡିଓ କରିଥିଲେ।  ଦୀପକ ସବୁଦିନ ପରି ଶନିବାର ରାତିରେ ଘରୁ ଖାଇପିଇ ସାରି ଦୋକାନକୁ ରାତି ଏଗାର ଟାରେ ଶୋଇବାକୁ ଯାଇଥିଲେ । ପରିବାର ଲୋକଙ୍କ କହିବା ମୁତାବକ ରାତିରେ ଦୀପକଙ୍କର ମୋବାଇଲ ସୁଇଚ ଅପ୍ ହୋଇ ରହିଥିଲା। ସକାଳେ ମାଆ ଯେତେବେଳେ ପୁଅ ପାଖକୁ ଚା’ ନେଇ ଷ୍ଟୁଡିଓକୁ ଆସିଥିଲେ, ସେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ଦୀପକର ମୃତଦେହ ଭୂଇଁରେ ପଡିରହିଥିବା ଦେଖିବାକୁ ପାଇଥିଲେ । ଏପରିକି ଷ୍ଟୁଡିଓ ଭିତରେ ଥିବା କମ୍ପ୍ୟୁଟର, କ୍ୟାମେରା ଆଦି ସମସ୍ତ ସାଜସରଞ୍ଜାମ ଦୁର୍ବୃତ୍ତ ଲୁଟି ନେଇଛନ୍ତି  ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ୍ ଓ ପୋଲିସ କୁକୁର ସହାୟତାରେ ପୋଲିସ ଦ୍ବାରା ଘଟଣାର ତଦନ୍ତ ଜାରି ରଖିଛି। ଶହଶହ ଲୋକ ଘଟଣା ସ୍ଥଳରେ ପହଞ୍ଚି ଭିଡ଼ ଜମାଇଛନ୍ତି। ଏହି ହତ୍ୟାକାଣ୍ଡ ଏବେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe