ନିରାମିଷ ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର ; ଅଣ୍ଡା ନଖାଇଲେ ମିଳିବ ଫଳ

ନିରାମିଷ ପିଲାଙ୍କ ପାଇଁ ଖୁସି ଖବର । ଶିଶୁ ବାଟିକାରୁ ଦଶମ ଯାଏଁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ମିଳିବ ଫଳ । ଅଣ୍ଡା,ବଦଳରେ ଅଣ୍ଡା ମୂଲ୍ୟର ଫଳ ଦିଆଯିବ ।

10

କନକ ବ୍ୟୁରୋ: ନିରାମିଷ ପିଲାଙ୍କ ପାଇଁ ଖୁସି ଖବର । ଶିଶୁ ବାଟିକାରୁ ଦଶମ ଯାଏଁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ମିଳିବ ଫଳ । ଅଣ୍ଡା,ବଦଳରେ ଅଣ୍ଡା ମୂଲ୍ୟର ଫଳ ଦିଆଯିବ ।

ରାଜ୍ୟ ଶିକ୍ଷା ବିଭାଗର ନିଷତ୍ତି, ଯେଉଁ ସ୍କୁଲ ପିଲା ଆମିଷ ଖାଉନଥିବେ ସେମାନଙ୍କୁ ମିଳିବ ଫଳ । ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ମିଡ୍ ଡେ ମିଲରେ ଅଣ୍ଡା ବଦଳରେ ସେମାନଙ୍କୁ ଅଣ୍ଡା ମୂଲ୍ୟର ଫଳ ଦିଆଯିବ । ସପ୍ତାହକୁ ୩ ଥର ସୋମବାର,ବୁଧବାର,ଶୁକ୍ରବାର ଏହି ୩ ଦିନ ପିଲାଙ୍କୁ ଫଳ ଦିଆଯିବ ।

 ରାଜ୍ୟରେ କୁପୋଷଣ ଦୂରେଇବା ସହ ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନରେ ରହିଛି ବିଭିନ୍ନ ଖାଦ୍ୟ ସାରଣୀ। ଏହା ମଧ୍ୟରେ ଅଣ୍ଡା ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିଛି ।  କିନ୍ତୁ କିଛି ପିଲା ଆମିଷ ଖାଉନଥିବାରୁ ସେମାନଙ୍କ ପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର  । ଏଣିକି ଯେଉଁ ଛାତ୍ରଛାତ୍ରୀ ଆମିଷ ଖାଉନଥିବେ ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe