ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ : ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରହିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Gita

Gita Photograph: (KanakNews)

କନକ ବ୍ୟୁରୋ : ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ । ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରହିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବିଦ୍ୟାଳୟରେ ଭଗବତ ଗୀତାର ଶ୍ଲୋକ ଗାନ କରିବେ ଛାତ୍ରଛାତ୍ରୀ । ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଧାର୍ମିକ, ନୈତିକ ଓ ବୌଦ୍ଧିକ ବିଚାରର ବିକାଶ ପାଇଁ ଶ୍ରୀମଦ ଭଗବତ ଗୀତାର ପଠନ ଓ ମହତ୍ତ୍ବର ଚର୍ଚ୍ଚା ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସିତାଂଶୁ ଶେଖର ମହାପାତ୍ର । ଏହାର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe