କନକ ବ୍ୟୁରୋ: ଆଧାର କେନ୍ଦ୍ରରେ ଅସମ୍ଭାଳ ଭିଡ଼। ସୁଭଦ୍ରା ସହ ତାଳ ଦେଇ ଭିଡ଼ ଲଗାଇଲେ ଛାତ୍ରଛାତ୍ରୀ। ରାଜ୍ୟରେ ଏବେ ପ୍ରାୟ ସବୁ ଆଧାର କେନ୍ଦ୍ରରେ ପ୍ରବଳ ଭିଡ଼ ଲାଗୁଛି।
ଗତ କିଛି ଦିନ ଧରି ସୁଭଦ୍ରା ଯୋଜନା ପାଇଁ ନାମ ପଞ୍ଜିକରଣ ଯୋଗୁଁ ଅନେକ ଅସୁବିଧା ଦେଖାଦେଇଛି। ଆଉ ଏବେ ଆଧାର କେନ୍ଦ୍ରକୁ ଆସିଛନ୍ତି ସ୍କୁଲ ପିଲା। ଆଧାର ସଂଶୋଧନ ପାଇଁ କାମାକ୍ଷାନଗର ବ୍ଲକ ପରିସରରେ ଥିବା ଆଧାର କେନ୍ଦ୍ରରେ ବଡ଼ିଭୋରୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଗୋଟିଏ ପଟେ ସୁଭଦ୍ରା ଯୋଜନାରେ ପଞ୍ଜିକରଣ ପାଇଁ ଶହଶହ ମହିଳାଙ୍କ ଲମ୍ବାଧାଡି । ଅନ୍ୟପଟେ ଆଧାର ସଂଶୋଧନ ପାଇଁ ପିଲା ଓ ଅଭିଭାବକଙ୍କ ଭିଡ଼। ତିନି ଚାରି ଘଣ୍ଟା ଧରି ଧାଡିରେ ଛିଡାହୋଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍କୁଲ ପିଲା, ଦିବ୍ୟାଙ୍ଗ ଓ ସାଧାରଣ ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
Follow Us