କନକବ୍ୟୁରୋ : ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଲାଗି ରହିଛି ଚାପା ଉତେଜନା । ଗତକାଲି ଅଣଛାତ୍ରଙ୍କୁ ବାହାର କରିବା ପରେ ଆଜି ତାତିଛନ୍ତି ଛାତ୍ର ସଂଗଠନ ।  ଭିସି ଅଫିସରେ ଧସେଇ ପଶିବା ସହ କ୍ୟାମ୍ପସକୁ ଜବରଦଖଲ ଉଛେଦ, ଭଡାରେ ଲାଗିଥିବା କ୍ବାର୍ଟର ଖାଲି କରିବାକୁ ଦାବି କରିଛନ୍ତି  । 

Advertisment

ଅନ୍ୟପଟେ ବିଶ୍ବବିଦ୍ୟାଳୟର କିଛି କର୍ମଚାରୀ କ୍ୟାମ୍ପସରେ ମେହେନ୍ଦୀ ପାର୍ଟି କରିଥିବା ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଘେରିଛନ୍ତି ଅସନ୍ତୁଷ୍ଟ ଛାତ୍ର ।  ମେହେନ୍ଦୀ ପାର୍ଟି କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ତେବେ ଏହାର ତଦନ୍ତ ଚାଲିଛି ଓ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କୁଳ ସଚିବ। ଛାତ୍ରଙ୍କ ଦାବି ପୂରଣ ସହ ବିଶ୍ବବିଦ୍ୟାଳୟରେ ମିଶନ ଅଲ ଆଉଟ୍ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଭିସି ।