କନକ ବ୍ୟୁରୋ : ଇ-କେୱାସି ପାଇଁ ବିଦ୍ୟାଳୟ ଛାଡି ଆଧାର କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଭିଡ଼ । ବହୁ ମହିଳା ପିଲାଛୁଆ ଧରି ଧାଡ଼ିରେ ଠିଆ ହୋଇଛନ୍ତି । ଘଣ୍ଟାଘଣ୍ଟା ଅପେକ୍ଷା କଲେ ସେବା ମିଳୁନଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଆଧାର କେନ୍ଦ୍ରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି ।

ବହୁ ସଂଖ୍ୟାରେ ମହିଳା ନିଜ ପିଲାଛୁଆଙ୍କୁ ଧରି ଦିନ ରାତ୍ରି ଧାଡ଼ିରେ ଠିଆହେଲେ ମଧ୍ୟ ଆଧାର ସଂଶୋଧନ ହୋଇପାରୁନି । ଅନେକ ଛାତ୍ରଛାତ୍ରୀ ମଧ୍ୟ ଆଧାରରେ ନିଜ ନାମ ତୁରନ୍ତ ସଂଯୋଗ ନ କଲେ ଆଉ ରାସନ ସାମଗ୍ରୀ ମିଳିବ ନାହି ବୋଲି ପ୍ରଚାର ହେଲା ପରେ ଆଧାର କେନ୍ଦ୍ରରେ ଭିଡ ଜମିଛି । ଛାତ୍ରଛାତ୍ରୀ ବିଦ୍ୟାଳୟ ଛାଡ଼ି ଅସ୍ତରଙ୍ଗ ବ୍ଲକ ଆଧାର କେନ୍ଦ୍ରରେ ଲାଇନରେ ଘଣ୍ଟା ଘଣ୍ଟା ଠିଆ ହୋଇ ରହୁଛନ୍ତି । ଯାହାଫଳରେ ନିଜ ପଠାପଢ଼ା ଠିକ ହେଉନି ।

ଏନେଇ ଅଭିଭାବକ ମହଲରେ ଅସନ୍ତୋଷ ବ୍ୟାପିଛି । ଶେଷରେ ଭିଡ଼କୁ ଦେଖି ଆଧାର କେନ୍ଦ୍ରକୁ ପୋଲିସ ଜଗିଲାଣି । ଅନେକ ସମୟରେ ଝମେଲା ହେଉଛି ଓ କିନ୍ତୁ ଆଧାର କେନ୍ଦ୍ରରେ ସର୍ଭର ଠିକ କାମ ନକରିବାରୁ ଅନେକ ହିତାଧିକାରୀ ନିରାସରେ ଫେରିଯାଉଛନ୍ତି ।