କନକ ବ୍ୟୁରୋ: ଗୋମାଂସ ରାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ପାରଳା ମହାରାଜା ଇଞ୍ଜିନିୟରିଙ୍ଗ୍ କଲେଜର ୭ ଛାତ୍ର ବହିଷ୍କୃତ । ଗୋମାଂସ ରାନ୍ଧିବା ଅଭିଯୋଗ ପରେ ୭ ଜଣ ଛାତ୍ରଙ୍କୁ ବହିଷ୍କୃତ କରିଛନ୍ତି କଲେଜ ଅଧ୍ୟକ୍ଷ । ଗତ ୧୧ ତାରିଖ ରାତିରେ ଏହି ଛାତ୍ରମାନେ ଗୋମାଂସ ରାନ୍ଧି କିଛି ଛାତ୍ରଙ୍କୁ ଦେଇଥିଲେ । ଏହାକୁ ନେଇ ହଷ୍ଟେଲରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା ।  ପରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ କଲେଜ ଅଧ୍ୟକ୍ଷ ଓ ଗୋପାଳପୁର ଥାନାରେ ଅଭିଯୋଗ ହୋଇଥିଲା । କଲେଜ ଅଧ୍ୟକ୍ଷ ଘଟଣାକୁ ଦେଖି କଲେଜରେ ଏଭଳି କାର୍ଯ୍ୟ କରିଥିବା ଛାତ୍ରଙ୍କୁ ବହିଷ୍କୃତ କରିଛନ୍ତି । କଲେଜରେ ଅଶାନ୍ତ ବାତାବରଣ ଥିବାରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।