ଶିକ୍ଷକ ଅଭାବ ନେଇ ଛାତ୍ରଛାତ୍ରୀଙ୍କ ଧାରଣା,  ପଦ୍ମପୁର ଉପଖଣ୍ଡ ଖେମେଡଖା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ ଗେଟ୍‌ରେ ତାଲା ପକାଇ ପ୍ରତିବାଦ

Advertisment

ପଦ୍ମପୁର ଉପଖଣ୍ଡ ଖେମେଡଖା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ ଗେଟ୍‌ରେ ତାଲା ପକାଇ ପ୍ରତିବାଦ

ପଦ୍ମପୁର ଉପଖଣ୍ଡ ଖେମେଡଖା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ ଗେଟ୍‌ରେ ତାଲା ପକାଇ ପ୍ରତିବାଦ

ଶିକ୍ଷକ ଅଭାବ, ଧାରଣାରେ ଛାତ୍ରଛାତ୍ରୀ

ଶିକ୍ଷକ ଅଭାବ, ଧାରଣାରେ ଛାତ୍ରଛାତ୍ରୀ Photograph: (KanakNews)

କନକ ବ୍ୟୁରୋ:  ଶିକ୍ଷକ ନିଯୁକ୍ତ ଦାବିରେ ସ୍କୁଲ ବନ୍ଦ । ଧାରଣାରେ ଅବିଭାବକ ଓ ଛାତ୍ରଛାତ୍ରୀ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖେମେଡଖାର ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଦୃଶ୍ୟ। ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏହି ବିଦ୍ୟାଳୟକୁ ପାଖପାଖି ୫ଗାଁ ର ପିଲାମାନେ ପାଠ ପଢିବା ପାଇଁ ଆସିଥାନ୍ତି ।  ନିକଟରେ ଏହି ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ପାଠ ପଢ଼ାଉଥିବା ଶିକ୍ଷକ ଟିକେଚାନ୍ଦ ବାରିକଙ୍କୁ ସିଆରସିସି ଭାବେ ଦାୟିତ୍ବ ଦେବା ପରେ ସେ କାର୍ଯ୍ୟାଳୟ କାମ ଯୋଗୁଁ ପାଠ ପଢାଉ ନାହାନ୍ତି ।

ତେବେ ପିଲାମାନଙ୍କ ପାଠପଢା ପାଇଁ ନୂତନ ଶିକ୍ଷକ ନିଯୁକ୍ତ ପାଇଁ ସ୍କୁଲ ପରିଚାଳନା କମିଟି ବିଇଓଙ୍କୁ ଲିଖିତ ଭାବରେ ଜଣାଇଥିଲେ । ହେଲେ ବିଇଓ ଏ ବିଷୟରେ କୌଣସି ଗୁରୁତ୍ୱ ନଦେବାରୁ ଆଜି ସ୍କୁଲ ଗେଟ୍‌ରେ ତାଲା ପକାଇ ଅବିଭାବକ ଓ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି । ନୂତନ ଶିକ୍ଷକ ନିଯୁକ୍ତ ନହେବା ପର୍ଯ୍ୟନ୍ତ ତାଲାବନ୍ଦ ରହିବ ବୋଲି ଅବିଭାବକ ମାନେ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe