କନକ ବ୍ୟୁରୋ: ଶିକ୍ଷକ ନିଯୁକ୍ତ ଦାବିରେ ସ୍କୁଲ ବନ୍ଦ । ଧାରଣାରେ ଅବିଭାବକ ଓ ଛାତ୍ରଛାତ୍ରୀ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖେମେଡଖାର ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଦୃଶ୍ୟ। ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏହି ବିଦ୍ୟାଳୟକୁ ପାଖପାଖି ୫ଗାଁ ର ପିଲାମାନେ ପାଠ ପଢିବା ପାଇଁ ଆସିଥାନ୍ତି । ନିକଟରେ ଏହି ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ପାଠ ପଢ଼ାଉଥିବା ଶିକ୍ଷକ ଟିକେଚାନ୍ଦ ବାରିକଙ୍କୁ ସିଆରସିସି ଭାବେ ଦାୟିତ୍ବ ଦେବା ପରେ ସେ କାର୍ଯ୍ୟାଳୟ କାମ ଯୋଗୁଁ ପାଠ ପଢାଉ ନାହାନ୍ତି ।
ତେବେ ପିଲାମାନଙ୍କ ପାଠପଢା ପାଇଁ ନୂତନ ଶିକ୍ଷକ ନିଯୁକ୍ତ ପାଇଁ ସ୍କୁଲ ପରିଚାଳନା କମିଟି ବିଇଓଙ୍କୁ ଲିଖିତ ଭାବରେ ଜଣାଇଥିଲେ । ହେଲେ ବିଇଓ ଏ ବିଷୟରେ କୌଣସି ଗୁରୁତ୍ୱ ନଦେବାରୁ ଆଜି ସ୍କୁଲ ଗେଟ୍ରେ ତାଲା ପକାଇ ଅବିଭାବକ ଓ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି । ନୂତନ ଶିକ୍ଷକ ନିଯୁକ୍ତ ନହେବା ପର୍ଯ୍ୟନ୍ତ ତାଲାବନ୍ଦ ରହିବ ବୋଲି ଅବିଭାବକ ମାନେ କହିଛନ୍ତି ।