କନକ ବ୍ୟୁରୋ: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଶ୍ରେଣୀ ଗୃହ ଅଭାବରୁ ପାଠ ପଢାରେ ବାଧା । ଗୋଟିଏ କୋଠରୀରେ ଚାରୋଟି ଶ୍ରେଣୀର ପିଲା । ଏପରି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଧରାକୋଟ ବ୍ଲକରେ ।

Advertisment

ଧରାକୋଟ ବ୍ଲକର ଆର.ଦାମଦରପଲ୍ଲି ଓ ଘାଂସିବିଲି ଗାଁରେ ଥିବା ସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଜବ ଘଟଣା । ବିଦ୍ୟାଳରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିଛି । ହେଲେ ଆବଶ୍ୟକ ପରିମଣର ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଗୃହରେ ପାଠ ପଢୁଛନ୍ତି ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀର ପିଲା । ଏପରିକି ଏକାଥରକେ ଚାରି ଜଣ ଶିକ୍ଷକ ବି ପଢାଉଛନ୍ତି । 

ସେହିପରି ଘାଂସିବିଲି ଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିଛି । ହେଲେ ଶ୍ରେଣୀଗୃହ ଅଭାବରୁ ଗୋଟିଏ କୋଠରୀରେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀର ପିଲା ପାଠ ପଢୁଛନ୍ତି । ଫଳରେ ତିନି ତିନି ଜଣ ଶିକ୍ଷକ ଏକା ସାଙ୍ଗରେ ପାଠ ପଢାଉଥିବାରୁ ପିଲାଙ୍କ ପଢାରେ ବାଧା ସୃଷ୍ଟି ହେଉଛି । 

ଗୋଟିଏ ଶ୍ରେଣୀଗୃହରେ ଅଧାପିଲା ଆଗକୁ ମହଁକରି ବସିଛନ୍ତ । ଆଉ ଅଧା ପିଲା ପଛକୁ ମୁହଁକରି ବସି ପାଠ ପଢ଼ୁଛନ୍ତି । ଏଭଳି ସ୍ଥିତିରେ ପିଲାମାନେ କିଭଳି ପାଠ ବୁଝୁଥିବେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।