ଶିକ୍ଷାନୁଷ୍ଠାନରେ ଅସୁରକ୍ଷିତ ଛାତ୍ରଛାତ୍ରୀ ! ବିଧାନସଭାରେ ପ୍ରସଙ୍ଗ ଉଠିବା ପରେ ତରବରିଆ ଚିଠି ଲେଖିଲେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ

ପ୍ରତି ଜିଲ୍ଲାର ସ୍କୁଲରେ ସୁରକ୍ଷାକୁ ନିଶ୍ଚିତ କରିବାକୁ ଜିଲ୍ଲା ଶିକ୍ଷା ଭିତ୍ତିଭୂମି ସୁରକ୍ଷା ସମୀକ୍ଷା କମିଟି ଗଠନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏହି କମିଟି ବର୍ଷକୁ ଅତି କମରେ ଦୁଇ ଥର ବୈଠକ କରି ଜୁନ୍‌ ମାସରେ ସ୍କୁଲକୁ ସୁରକ୍ଷା ସମ୍ପର୍କିତ ସାର୍ଟିଫିକେଟ୍‌ ଦେବ ବୋଲି ନିୟମ ରହିଛି। କିନ୍ତୁ ସରକାରଙ୍କ ପକ୍ଷରୁ କମିଟି ନେଇ ସ୍ପଷ୍ଟ ଉତ୍ତର ଦିଆଯାଉନାହିଁ। ଏଥିସହ ଏବେ ଶିକ୍ଷାନୁଷ୍ଠାନରେ ବଢୁଥିବା ଅଘଟଣକୁ ଦେଖିଲେ, ଏହି କମିଟିର କାର୍ଯ୍ୟକାରିତା  ଉପରେ ମଧ୍ୟ ଉଠିଛି ପ୍ରଶ୍ନ। 

ZþKZKþqKþKàZ

ZKcZþþ}cKþq

କନକ ବ୍ୟୁରୋ : ପଢ଼ିବାକୁ ଯାଉଥିବା ସ୍କୁଲରେ ରହିଛି ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ । କେବେ ସ୍କୁଲ କାନ୍ଥ ପଡ଼ି କୋମଳମତି ପିଲାଙ୍କ ଜୀବନ ଯାଉଛି ତ ଆଉ କେବେ ଗର୍ଭବତୀ ହେଉଛନ୍ତି ଛାତ୍ରୀ। ଶୁକ୍ରବାର ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲା ବିରୋଧୀ। ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନ ପରେ ବିଧାନସଭାରେ ହଇଚଇ ହୋଇଥିଲା।  ଏହି ପ୍ରସଙ୍ଗରେ ତତ୍ପରତା ଦେଖାଛନ୍ତି ସରକାର। ରାଜ୍ୟର ସବୁ ମହାବିଦ୍ୟାଳୟକୁ ଜରୁରୀ ଚିଠି ଲେଖିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ନିର୍ଦ୍ଦେଶକ। ନିର୍ଦ୍ଦେଶକ କହିଛନ୍ତି ସବୁ ପିଲାଙ୍କ ସୁରକ୍ଷାକୁ ସୁନିଶ୍ଚିତ କର। ସରକାରଙ୍କ ପଦକ୍ଷେପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷାବିତ୍। 

ପ୍ରତି ଜିଲ୍ଲାର ସ୍କୁଲରେ ସୁରକ୍ଷାକୁ ନିଶ୍ଚିତ କରିବାକୁ ଜିଲ୍ଲା ଶିକ୍ଷା ଭିତ୍ତିଭୂମି ସୁରକ୍ଷା ସମୀକ୍ଷା କମିଟି ଗଠନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏହି କମିଟି ବର୍ଷକୁ ଅତି କମରେ ଦୁଇ ଥର ବୈଠକ କରି ଜୁନ୍‌ ମାସରେ ସ୍କୁଲକୁ ସୁରକ୍ଷା ସମ୍ପର୍କିତ ସାର୍ଟିଫିକେଟ୍‌ ଦେବ ବୋଲି ନିୟମ ରହିଛି। କିନ୍ତୁ ସରକାରଙ୍କ ପକ୍ଷରୁ କମିଟି ନେଇ ସ୍ପଷ୍ଟ ଉତ୍ତର ଦିଆଯାଉନାହିଁ। ଏଥିସହ ଏବେ ଶିକ୍ଷାନୁଷ୍ଠାନରେ ବଢୁଥିବା ଅଘଟଣକୁ ଦେଖିଲେ, ଏହି କମିଟିର କାର୍ଯ୍ୟକାରିତା  ଉପରେ ମଧ୍ୟ ଉଠିଛି ପ୍ରଶ୍ନ। 

ହାଇକୋର୍ଟଙ୍କ ନିୟମକୁ ସରକାର ମାନୁନାହାନ୍ତି କହି ଚିତ୍କାର କରୁଛି ବିରୋଧୀ। ଆଉ ଚିଠି କରି ବସି ପଡ଼ିଛି ବିଭାଗ। ପ୍ରଶ୍ନ ଉଠୁଛି, ତୃଣମୂଳ ସ୍ତରରେ ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ପାଇଁ ଉଚ୍ଚଶିକ୍ଷା ବିଭାଗର ଏତେ ଭୟ କାହିଁକି ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe