କନକ ବ୍ୟୁରୋ:  ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ମାଠିଆ ଧରି ଛାତ୍ରଛାତ୍ରୀଙ୍କ ପ୍ରତିବାଦ । ପିଇବା ପାଣି ସମସ୍ୟାକୁ ନେଇ ଛାତ୍ର କଂଗ୍ରେସର ଅଭିନବ ପ୍ରତିବାଦ କରିଛି । ହାତରେ ମାଠିଆ ଧରି ଭି. ସିଙ୍କ ଅଫିସକୁ ଧସେଇ ପଶିଥିଲେ ଆନ୍ଦୋଳନକାରୀ ।

Advertisment

ଦୀର୍ଘ ଦିନରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପିଇବା ପାଣି ସମସ୍ୟା ରହିଛି । ଛାତ୍ରଛାତ୍ରୀ ଦୂଷିତ ପାଣି ପିଉଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ସେପଟେ ବିଶ୍ୱବିଦ୍ୟାଳୟ କୁଳପତି ଉମାବଲ୍ଲଭ ମହାପାତ୍ର କହିଛନ୍ତି, ଶୀଘ୍ର ସମସ୍ୟାର ସମାଧାନ କରାଯିବ ।