କନକବ୍ୟୁରୋ : ବୁର୍ଲା ଭୀମସାରରେ ଛାତ୍ରଙ୍କ ବିପଦଜ୍ଜନକ ଦୀପାବଳି ପାଳନ । ଭୃଗୁ ହଷ୍ଟେଲରେ ଛାତ୍ରମାନେ ଅନ୍ୟ ଛାତ୍ରଙ୍କୁ ରକେଟ ବାଣ ମାଡ କରୁଥିବା ଭିଜୁଆଲ ସାମ୍ନାକୁ ଆସିଛି । ମୁଣ୍ଡରେ ହେଲମେଟ ପିନ୍ଧି ରକେଟ ବାଣ ମାଡ କରୁଥିବା ଭିଜୁଆଲରୁ ସ୍ପଟ ହୋଇଛି  । ଏହି ସବୁ ଭିଡିଓକୁ ଇନଷ୍ଟାଗ୍ରାମରେ ଅପଲୋଡ ମଧ୍ୟ କରାଯାଇଛି ।

Advertisment

ବଏଜ ହଷ୍ଟେଲ ଫାଇଟ ବୋଲି କ୍ୟାପସନ୍ ମଧ୍ୟ ଲେଖାଯାଇଛି । ତେବେ ପ୍ରଶ୍ନ ଉଠୁଛି, ଯେଉଁଠି ଦୀପାବଳିରେ ଅନେକ ଅଘଟଣ ଘଟୁଛି ସେଠି ଏପରି ଖେଳ ଖେଳିବା କେତେ ଠିକ୍। ଭୀମସାର ନିର୍ଦ୍ଦେଶକ କହିଛନ୍ତି ଘଟଣା ସମ୍ପର୍କରେ ଛାତ୍ରଙ୍କ ସହ ଆଲୋଚନା କରାଯିବ । ଏନେଇ ଡିନ୍‌ଙ୍କ ସହ ମଧ୍ୟ ଆଲୋଚନା ହେବ । ଆଗକୁ ଯେପରି ଏପରି ଘଟଣା ନ ଘଟିବ ସେନେଇ ପଦକ୍ଷେପ ନିଆଯିବ ବୋଲି ଭୀମସାର ନିର୍ଦ୍ଦେଶକ ଭାଗିରଥୀ ରଥ କହିଛନ୍ତି ।