କନକ ବ୍ୟୁରୋ: ଦୟନୀୟ ଅବସ୍ଥାରେ ପଡିଛି ବହୁ ପୁରୁଣା ବିଦ୍ୟାଳୟ । ବର୍ଷେ କି ଦୁଇ ବର୍ଷ ନୁହେଁ । ୫୦ବର୍ଷରୁ ଅଧିକ ବର୍ଷ ହେଲା ସୁଧୁରିପାରିଲାନି ବିଦ୍ୟାଳୟ ସ୍ଥିତି । ବଲାଙ୍ଗିର ଜିଲ୍ଲା ଧରବଗଡ ପଞ୍ଚାୟତ ଗୋଏଲଭାଡ଼ି ଗାଁର ଚିତ୍ର ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ବହୁ ପୁରୁଣା ସ୍କୁଲ ହୋଇଥିବା ବେଳେ ଭଙ୍ଗା ଘରେ ପଢୁଛନ୍ତି ପିଲା । ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ କୋଠରୀ । କାନ୍ଥ ଫାଟି ଯାଇଥିବା ବେଳେ କେତେବେଳେ ଅଘଟଣ ଘଟିବ କହିହେବନି । ତାରି ତଳେ ଗୋଟିଏ କୋଠରୀରେ ବସୁଛନ୍ତି ପିଲା । ଏନେଇ ଅଭିଯୋଗ ହୋଇଥିଲେ ବି ଶୁଣିବାକୁ କେହି ନାହିଁ । ହେଲେ ଗୋଟିଏ କୋଠରୀ ତିଆରି ହେଉଥିବା ବେଳେ ଏହା ଯଥେଷ୍ଟ ନୁହେଁ ବୋଲି ଅଭିଯୋଗ ହୋଇଛି ।
ବହୁବାର ଜଣାଯିବା ପରେ ସମସ୍ୟାର ସମାଧାନ ହୋଇପାରୁନି । ପ୍ରତିଥର ଭଳି ଚଳିତଥର ବି ମିଳିଛି ପ୍ରତିଶ୍ରୁତି। ସରକାରଙ୍କୁ ସମସ୍ୟା ନେଇ ଜଣାଯିବା ସହିତ ଆବେଦନ ହୋଇଛି । ପିଲାମାନଙ୍କ ସୁବିଧା ପାଇଁ ସରକାର ନିଜ ତରଫରୁ ସହଯୋଗ କରିବେ ବୋଲି ଜଣାଯାଇଛି ।
ବିଦ୍ୟାଳୟ ସମସ୍ୟା ପ୍ରତି ଗୁରୁତ୍ବ ଦିଆଯାଇ ଖୁବଶୀଘ୍ର ସମାଧାନ କରାଯାଇପାରିଲେ ପିଲାମାନେ ଉପକୃତ ହୋଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/01/19/ovsf7cnORH9qNA4DgGun.png)