କନକ ବ୍ୟୁରୋ: ଦେଶରେ ଚିନ୍ତା ବଢ଼ାଉଛି ଛାତ୍ର ଆତ୍ମହତ୍ୟା ମାମଲା । ଜନସଂଖ୍ୟା ବୃଦ୍ଧିଠାରୁ ଅଧିକ ରହୁଛି ଛାତ୍ର ଆତ୍ମହତ୍ୟା ବୃଦ୍ଧି ସଂଖ୍ୟା । ନ୍ୟାସନାଲ କ୍ରାଇମ ରେକର୍ଡସ୍ ବ୍ୟୁରୋ ରିପୋର୍ଟରୁ ସାମ୍ନାକୁ ଆସିଲା ସାଂଘାତିକ ସତ ।
ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ଦେଶରେ ବାର୍ଷିକ ଆତ୍ମହତ୍ୟା ମାମଲା ୨ ପ୍ରତିଶତ ବଢ଼ିଥିବା ବେଳେ ଛାତ୍ର ଆତ୍ମହତ୍ୟା ମାମଲା ୪ ପ୍ରତିଶତ ବୃଦ୍ଧି ପାଇଛି । ପୁରୁଷଙ୍କଠାରୁ ମହିଳାମାନେ ଅଧିକ ଆତ୍ମହତ୍ୟା କରୁଥିବା ଜଣାପଡ଼ିଛି । ୨୦୨୨ରେ ମୋଟ ଆତ୍ମହତ୍ୟା ମାମଲା ମଧ୍ୟରେ ୫୩ ପ୍ରତିଶତ ପୁରୁଷ ରହିଥିଲେ । ତେବେ ୨୦୨୧ ଓ ୨୦୨୨ ମଧ୍ୟରେ ପୁରୁଷଙ୍କ ଆତ୍ମହତ୍ୟା ମାମଲା ୬ ପ୍ରତିଶତ କମିଥିବା ବେଳେ ମହିଳାଙ୍କ ଆତ୍ମହତ୍ୟା ମାମଲା ୭ ପ୍ରତିଶତ ବୃଦ୍ଧି ପାଇଛି ।
ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ମହାରାଷ୍ଟ୍ର, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ଆତ୍ମହତ୍ୟା ମାମଲା ସର୍ବାଧିକ ରହୁଛି । ତେବେ ଦେଶରେ କାହିଁକି ଆତ୍ମହତ୍ୟା କରୁଛନ୍ତି ଛାତ୍ର ? ଆତ୍ମହତ୍ୟା ମାମଲା ବଢୁଥିବା ବେଳେ ଏହା ଅବିଭାବକ ଓ ଶିକ୍ଷାବିତଙ୍କ ଚିନ୍ତା ବଢ଼ାଇଛି । ପରୀକ୍ଷାରେ ଅକୃତକାର୍ୟ୍ୟ ହେବାର ଭୟ ଦୂର କରିବା ସହ ସଚେତନ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।