କନକ ବ୍ୟୁରୋ: ନ୍ୟାଶନାଲ କ୍ରାଇମ ବ୍ୟୁରୋ  ରିପୋର୍ଟରେ ଏବେ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଅଭିଭାବକଙ୍କ ଚମକାଇଦେବ । ଦେଶରେ ଜନ ସଂଖ୍ୟାର ବୃଦ୍ଧି ହାର ତୁଳନାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ହାର ଅଧିକ ବୋଲି ସାଂଘାତିକ ସତ୍ୟ ସାମ୍ନାକୁ ଆସିଛି ।

Advertisment

ଦେଶରେ ଚିନ୍ତା ବଢ଼ାଉଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା । ଜନସଂଖ୍ୟା ବୃଦ୍ଧି ହାରଠାରୁ ଅଧିକ ରହୁଛି ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ସଂଖ୍ୟା । ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ ରିପୋର୍ଟରୁ ସାମ୍ନାକୁ ଆସିଲା ସାଂଘାତିକ ସତ । ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ଦେଶରେ ବାର୍ଷିକ ଆତ୍ମହତ୍ୟା ମାମଲା ୨ ପ୍ରତିଶତ ବଢ଼ିଛି । ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୪ ପ୍ରତିଶତ ବୃଦ୍ଧି ପାଇଛି । ଛାତ୍ରଙ୍କଠାରୁ ଛାତ୍ରୀମାନେ ଅଧିକ ଅତ୍ମହତ୍ୟା କରୁଥିବା ଜଣାପଡ଼ିଛି । ୨୦୨୨ରେ ମୋଟ ଆତ୍ମହତ୍ୟା ମାମଲା ମଧ୍ୟରେ ୫୩ ପ୍ରତିଶତ ଛାତ୍ର ରହିଥିଲେ । ତେବେ ୨୦୨୧ ଓ ୨୦୨୨ ମଧ୍ୟରେ ଛାତ୍ରଙ୍କ ଆ ତ୍ମହତ୍ୟା ମାମଲା ୬ ପ୍ରତିଶତ କମିଛି । କିନ୍ତୁ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୭ ପ୍ରତିଶତ ବୃଦ୍ଧି ପାଇଛି । 

ଜନସଂଖ୍ୟା ବୃଦ୍ଧି ହାରଠୁ ଅଧିକ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ହାର
ଜନସଂଖ୍ୟା ବୃଦ୍ଧି ହାର ତୁଳନାରେ ଅଧିକ ରହୁଛି ମାମଲା 
ଏନସିଆରବି ରିପୋର୍ଟରୁ ସାମ୍ନାକୁ ଆସିଲା ତଥ୍ୟ
ଦେଶରେ ବାର୍ଷିକ ଆତ୍ମହତ୍ୟା ମାମଲା ୨ ପ୍ରତିଶତ ବୃଦ୍ଧି
ଛାତ୍ର ଆତ୍ମହତ୍ୟା ମାମଲା ୪ ପ୍ରତିଶତ ବୃଦ୍ଧି 
ଛାତ୍ରଙ୍କଠାରୁ ଛାତ୍ରୀଙ୍କ ଅତ୍ମହତ୍ୟା ସଂଖ୍ୟା ଅଧିକ
୨୦୨୨ରେ ଛାତ୍ର ଆତ୍ମହତ୍ୟା ମାମଲା ଥିଲା ୫୩%
୨୦୨୧ ଓ ୨୦୨୨ ଛାତ୍ରଙ୍କ ଆତ୍ମହତ୍ୟା ମାମଲା ୬% କମିଛି
ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୭ ପ୍ରତିଶତ ବୃଦ୍ଧି ପାଇଛି
୫ ବର୍ଷରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା ୫% ବଢ଼ିଛି
ମହାରାଷ୍ଟ୍ର, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ଆତ୍ମହତ୍ୟା ମାମଲା ସର୍ବାଧିକ

ପୋଲିସ ପଞ୍ଜୀକୃତ ଫାଷ୍ଟ ଇନ୍‌ଫର୍ମେଶନ ରିପୋର୍ଟ (ଏଫ୍‌ଆଇଆର୍‌) ଆଧାରରେ ଏନ୍‌ସିଆର୍‌ବି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ତେବେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟାର ପ୍ରକୃତ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି । ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ମହାରାଷ୍ଟ୍ର, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ଆତ୍ମହତ୍ୟା ମାମଲା ସର୍ବାଧିକ ରହୁଛି । ତେବେ ଦେଶରେ କାହିଁକି ଆତ୍ମହତ୍ୟା କରୁଛନ୍ତି ଛାତ୍ର ? ଆତ୍ମହତ୍ୟା ମାମଲା ବଢୁଥିବା ବେଳେ ଏହା ଅବିଭାବକ ଓ ଶିକ୍ଷାବିତଙ୍କ ଚିନ୍ତା ବଢ଼ାଇଛି । ପରୀକ୍ଷାରେ ଅକୃତକାର୍ୟ୍ୟ ହେବାର ଭୟ ଦୂର କରିବା ସହ ସଚେତନ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଦେଶରେ କାହିଁକି ଲଗାତାର ଛାତ୍ରଛାତ୍ରୀମାନେ କାହିଁକି ଆତ୍ମହତ୍ୟା କରୁଛନ୍ତି?ଏନେଇ ଶିକ୍ଷାବିକ ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି । ଆତ୍ମହତ୍ୟା ନକରିବା ପାଇଁ ଓ ପରୀକ୍ଷା ପ୍ରତି ସେମାନଙ୍କ ମନରେ ଥିବା ଭୟ ଦୂର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଜରୁରୀ ବୋଲି ମତପ୍ରକାଶ ପାଇଛି । ସାମାଜିକ ଅପବାଦ, ଆତ୍ମହତ୍ୟା ଉଦ୍ୟମର ଅପରାଧୀକରଣ ଯୋଗୁ ପ୍ରକୃତ ଆତ୍ମହତ୍ୟା ସଂଖ୍ୟା ସାମ୍ନାକୁ ଆସିପାରୁ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।