କନକ ବ୍ୟୁରୋ: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ତେଲେଙ୍ଗାବସନ୍ତ ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲରେ ଅଭାବନୀୟ ଘଟଣା । ଛାତ୍ରଙ୍କ ଛୁରା ମାଡ଼ରେ ଅନ୍ୟ ଜଣେ ଛାତ୍ର ଗୁରୁତର । ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରକାଶ ମଲିକଙ୍କୁ ତାଙ୍କର ଜଣେ ସହପାଠୀ ଛୁରାମାଡ଼ କରିଥିବା ଜଣାପଡ଼ିଛି । ପ୍ରକାଶଙ୍କୁ ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ତେବେ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ତାହା ଜଣାପଡ଼ି ନାହିଁ । ଉଭୟଙ୍କ ମଧ୍ୟରେ ବସଚା ପରେ ଏଭଳି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସେପଟେ ଏଭଳି ଘଟଣା ପରେ ସ୍କୁଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି । ଛାତ୍ରଙ୍କ ପାଖକୁ ଛୁରି କେଉଁଠୁ ଆସିଲା ? ସ୍କୁଲ ମଧ୍ୟକୁ ଛାତ୍ର ଜଣକ ମାରଣାସ୍ତ୍ର ନେଇ କିଭଳି ଆସିଲେ ତାହା ମଧ୍ୟ ବଡ଼ ପ୍ରଶ୍ନ ।