ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ; ପ୍ରଫେସର ଅସଦାଚରଣ କରିଥିବା ଅଭିଯୋଗ

Advertisment

ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ; ପ୍ରଫେସର ଅସଦାଚରଣ କରିଥିବା ଅଭିଯୋଗ  । ବିଶ୍ୱବିଦ୍ୟାଳୟର ଇଣ୍ଟରନାଲ ଅଭିଯୋଗ କମିଟି କରୁଛି ତନାଘନା ।

ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ; ପ୍ରଫେସର ଅସଦାଚରଣ କରିଥିବା ଅଭିଯୋଗ  । ବିଶ୍ୱବିଦ୍ୟାଳୟର ଇଣ୍ଟରନାଲ ଅଭିଯୋଗ କମିଟି କରୁଛି ତନାଘନା ।

universe

କନକ ବ୍ୟୁରୋ: ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ସେକ୍ସୁଆଲ ହାରାସମେଣ୍ଟ ସେଲରେ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ଜଣେ ବରିଷ୍ଠ ପ୍ରଫେସର ନିଜ ରୁମରେ ତାଙ୍କୁ ଅସଦାଚରଣ କରିଥିଲେ । 

କେବଳ ସେତିକି ନୁ‌ହେଁ, ଘଟଣା ପ୍ରଘଟ ନ କରିବାକୁ ମଧ୍ୟ ଚେତାବନୀ ଦେଇଥିଲେ । ଅଗଷ୍ଟ ୧୬ ତାରିଖ ଅପରାହ୍ଣ ୨ଟାରେ ବହି ଆଣିବାକୁ ସେ ବିଭାଗର ଜଣେ ପ୍ରଫେସରଙ୍କ ନିକଟକୁ ଯାଇଥିଲେ। ରୁମକୁ ଯିବା ପୂର୍ବରୁ ପ୍ରଫେସରଙ୍କ ଅନୁମତି ନେଇଥିଲେ । ମାତ୍ର ରୁମକୁ ପ୍ରବେଶ ପରେ ପ୍ରଫେସର ଜଣକ ତାଙ୍କୁ ବସିବାକୁ କହିଥିଲେ । କିଛି ସମୟ ପରେ ପ୍ରଫେସର ଜଣକ ନିଜର ଅସଲ ରୂପ ଦେଖାଇଥିଲେ । ଛାତ୍ରୀଙ୍କ ନିକଟତର ହୋଇ ଅସଦାଚରଣ କରିଥିଲେ । ପୀଡ଼ିତା ଜଣକ କହିଛନ୍ତି ଯେ, ଏହି ଘଟଣା ସମ୍ପର୍କରେ କାହାକୁ କହିବାକୁ ସାହାସ ପାଇ ନ ଥିଲେ । ପରିବାରରେ ମା’ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଜଣାଇବା ସମ୍ଭବ ନଥିଲା । ତେବେ ସେ ଶେଷରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ । ଇତିମଧ୍ୟରେ ଗୋଟିଏ ମାସ ବିତିବାକୁ ବସିଲାଣି। ହେଲେ ସମ୍ପୃକ୍ତ ପ୍ରଫେସରଙ୍କ ବିରୋଧରେ କୌଣସି ପ୍ରକାର କାର୍ଯାନୁଷ୍ଠାନ ନିଆଯାଇ ନାହିଁ ।  

ବିଶ୍ୱବିଦ୍ୟାଳୟର ଇଣ୍ଟରନାଲ ଅଭିଯୋଗ କମିଟି ଏବେ ତନାଘନା ଆରମ୍ଭ କରିଛି। କ୍ୟାମ୍ପସରେ ଘନଘନ ବୈଠକ ବସିବା ସହ ତଦନ୍ତ କରାଯାଉଛି। ପ୍ରାରମ୍ଭିକ ପର୍ଯାୟରେ ଇଣ୍ଟରନାଲ ଅଭିଯୋଗ କମିଟିର ସଦସ୍ୟମାନେ ଛାତ୍ରୀଙ୍କୁ ଡାକି ଅଭିଯୋଗ ଶୁଣିଛନ୍ତି। ତେବେ ସମ୍ପୃକ୍ତ ପ୍ରଫେସରଙ୍କ ବିରୋଧରେ ଏପର୍ୟ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ସୂଚନା ଅନୁଯାୟୀ ଅଭିଯୋଗର ତଦନ୍ତ ଚୂଡ଼ାନ୍ତ ହୋଇଛି। ଖୁବଶୀଘ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe