କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ଛାତ୍ରୀ ଆତ୍ମଦାହ ଘଟଣା , ତୁରନ୍ତ ହସ୍ତକ୍ଷେପ କଲେ ଡିଜିପି । କେନ୍ଦ୍ରାପଡ଼ା ଏସ୍ପିଙ୍କୁ ପୁଲିସ ଡିଜିଙ୍କ ନିର୍ଦ୍ଦେଶ । ଅନ୍ୟପଟେ ଛାତ୍ରୀଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ । କହିଲେ , ହାରାସମେଣ୍ଟ୍ ହୋଇ ଝିଅ ସୁଇସାଇଡ୍ କରିଦେଲା । ମୁଁ ପୁଅର ନାମ ଜାଣି ନାହିଁ , ତାଙ୍କର ବ୍ରେକ୍ଅପ୍ ହୋଇଯାଇଛି । ସେ ବାରମ୍ବାର ବ୍ଲାକ୍ମେଲ୍ କରୁଥିଲା ପୁରୁଷବନ୍ଧୁ । ସୋସିଆଲ ମିଡିଆରେ ଫଟୋ ଛାଡ଼ିବା ସହ କିରାସିନି ପକାଇ ମାରିଦେବାକୁ ଧମକ ଦେଉଥିଲା । ଗ୍ରାମାଞ୍ଚଳ ଥାନାରେ ୬ ମାସ ପର୍ବେ ଅଭିଯୋଗ କରିଥିଲୁ । ଲିଖିତ ଅଭିଯୋଗ କରିବାକୁ କହିଥିଲା ପୁଲିସ । ମାନସିକ ନିର୍ଯାତନା ଅସହ୍ୟ ହେବାରୁ ମୋ ଝିଅ ଜଳିଗଲା ।
ବ୍ଲାକ୍ମେଲିଂ କରୁଥିଲା ପ୍ରେମିକ ; ସହିନପାରି ନିଜକୁ ଜାଳିଦେଲେ ଛାତ୍ରୀ
କେନ୍ଦ୍ରାପଡ଼ା ଏସ୍ପିଙ୍କୁ ପୁଲିସ ଡିଜିଙ୍କ ନିର୍ଦ୍ଦେଶ । ଅନ୍ୟପଟେ ଛାତ୍ରୀଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ । କହିଲେ , ହାରାସମେଣ୍ଟ୍ ହୋଇ ଝିଅ ସୁଇସାଇଡ୍ କରିଦେଲା ।
/kanak/media/media_files/2025/08/06/79-2025-08-06-15-39-10.jpg)