କନକ ବ୍ୟୁରୋ : ମଞ୍ଚ ଉପରେ ହଟହଟା ହେଲେ ଆନ୍ନାମଲାଇ । ବିଜେପି ନେତାଙ୍କ ହାତରୁ ମେଡାଲ ଗ୍ରହଣ କଲେନି ଛାତ୍ର । ଡିଏମକେ ନେତା ତଥା ମନ୍ତ୍ରୀ ଟିଆରବି ରାଜାଙ୍କ ପୁଅ ସୂରିୟା ଆନ୍ନାଙ୍କ ହାତରୁ ମେଡାଲ ପିନ୍ଧିବାକୁ ମନା କରିବା ଘଟଣା ସେଠାରେ ଉପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେତେବେଳେ ଆନ୍ନା ମେଡାଲ ପିନ୍ଧାଇବାକୁ ଆଗକୁ ବଢ଼ିଲେ ସେତେବେଳେ ଛାତ୍ର ସୂରିୟା ପଛକୁ ଚାଲିଗଲେ ଓ ପିନ୍ଧିବାକୁ ସିଧାସିଧା ମନା କଲେ । ଶେଷରେ ତାଙ୍କ ହାତରେ ମେଡାଲ ଦେଇ ଫେରିଗଲେ ବିଜେପି ନେତା । ଗତ ୧୩ଦିନ ମଧ୍ୟରେ ଏହା ୨ୟ ଘଟଣା । ନିକଟରେ ରାଜ୍ୟପାଳ ଆରଏନ ରବିଙ୍କ ହାତରୁ ଡିଗ୍ରୀ ନେବାକୁ ମନା କରିଥିଲେ ଜଣେ ଡିଏମକେ ନେତାଙ୍କ ପତ୍ନୀ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us