କନକ ବ୍ୟୁରୋ : ମଞ୍ଚ ଉପରେ ହଟହଟା ହେଲେ ଆନ୍ନାମଲାଇ । ବିଜେପି ନେତାଙ୍କ ହାତରୁ ମେଡାଲ ଗ୍ରହଣ କଲେନି ଛାତ୍ର । ଡିଏମକେ ନେତା ତଥା ମନ୍ତ୍ରୀ ଟିଆରବି ରାଜାଙ୍କ ପୁଅ ସୂରିୟା ଆନ୍ନାଙ୍କ ହାତରୁ ମେଡାଲ ପିନ୍ଧିବାକୁ ମନା କରିବା ଘଟଣା ସେଠାରେ ଉପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେତେବେଳେ ଆନ୍ନା ମେଡାଲ ପିନ୍ଧାଇବାକୁ ଆଗକୁ ବଢ଼ିଲେ ସେତେବେଳେ ଛାତ୍ର ସୂରିୟା ପଛକୁ ଚାଲିଗଲେ ଓ ପିନ୍ଧିବାକୁ ସିଧାସିଧା ମନା କଲେ । ଶେଷରେ ତାଙ୍କ ହାତରେ ମେଡାଲ ଦେଇ ଫେରିଗଲେ ବିଜେପି ନେତା । ଗତ ୧୩ଦିନ ମଧ୍ୟରେ ଏହା ୨ୟ ଘଟଣା । ନିକଟରେ ରାଜ୍ୟପାଳ ଆରଏନ ରବିଙ୍କ ହାତରୁ ଡିଗ୍ରୀ ନେବାକୁ ମନା କରିଥିଲେ ଜଣେ ଡିଏମକେ ନେତାଙ୍କ ପତ୍ନୀ ।
ମଞ୍ଚ ଉପରେ ହଟହଟା ହେଲେ ଅନ୍ନମଲାଇ, ବିଜେପି ନେତାଙ୍କ ହାତରୁ ମେଡ଼ାଲ ପିନ୍ଧିବାକୁ ମନାକଲେ ଛାତ୍ର
ବିଜେପି ନେତାଙ୍କ ହାତରୁ ମେଡାଲ ଗ୍ରହଣ କଲେନି ଛାତ୍ର । ଡିଏମକେ ନେତା ତଥା ମନ୍ତ୍ରୀ ଟିଆରବି ରାଜାଙ୍କ ପୁଅ ସୂରିୟା ଆନ୍ନାଙ୍କ ହାତରୁ ମେଡାଲ ପିନ୍ଧିବାକୁ ମନା କରିବା ଘଟଣା ସେଠାରେ ଉପସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
/kanak/media/media_files/2025/08/26/41-2025-08-26-22-33-37.jpg)